Monday , October 2 2023
Breaking News
Home / ବିଶେଷ / ଦୁର୍ନୀତିର ଗନ୍ଧ,କଟକ ସଦର ବ୍ଲକରେ ଛାପା ମାରିଲା ଭିଜିଲାନ୍ସ ଟିମ୍

ଦୁର୍ନୀତିର ଗନ୍ଧ,କଟକ ସଦର ବ୍ଲକରେ ଛାପା ମାରିଲା ଭିଜିଲାନ୍ସ ଟିମ୍

କଟକ ସଦର , ୦୯/୦୬/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରେ ଅନିୟମିତତା ମଧ୍ୟରେ ବିଭିନ୍ନ କାର୍ଯ୍ୟ ହେବା ଏବଂ ଏଥିରେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା ଵେଳେ ଦୁର୍ନୀତିର ଗନ୍ଧ ଵାରି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ବ୍ଲକରେ ପଶି ଛାପା ମାରିଛି। ଵିଡିଓ ରାଜୀବ ଲୋଚନ ପରିଡ଼ା କଟକ ବଡ଼ ମେଡ଼ିକାଲରେ ବାହାନଗା ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ପାଇଁ ଦାୟିତ୍ବରେ ଥିବା ବେଳେ ଭିଜିଲାନ୍ସ ଟିମ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକାଶ ଭୁୟାଁଙ୍କୁ ଖୋଜିଥିଲେ। ହେଲେ ବିକାଶ ଭୁୟାଁ ଛୁଟିରେ ଥିବାରୁ ଅତିରିକ୍ତ ବିଡିଓ ଝାଡେଶ୍ୱର ଦାସଙ୍କୁ ନେଇ ତାଙ୍କ କୋଠରୀରେ ପଶି ଛାନଭିନ କରିଵା ସହ କୋଠରୀକୁ ସିଲ୍ କରି ଫେରିଯାଇଥିବା ଜଣାପଡିଛି। ଆଗକୁ ଏହା ଉପରେ ଭିଜିଲାନ୍ସ କି ପଦକ୍ଷେପ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *