ରଘୁନାଥ ଆଦର୍ଶ ଜୁନିଅର କଲେଜ ଓଲସିଂହ ବନ୍ଦନା ବ୍ଲକ ଟପ୍ପର, କମାଗୁରୁ ଜୁନିଅର କଲେଜ ସର୍ବାଧିକ ପାସ ହାର
ନିରାକାରପୁର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)-ଚଳିତ ବର୍ଷ ର ପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଛାତ୍ର ମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ସଫଳତା ହାସଲ କରିଛନ୍ତି। ବ୍ଲକରେ ରାମଚନ୍ଦ୍ର କଳ୍ପନା ଜୁନିଅର୍ କଲେଜ କମାଗୁରୁର ସର୍ବାଧିକ ୯୬ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି। ଏହି କଲେଜରେ ସମୁଦାୟ ୧୬୪ ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୨୬, ଦ୍ୱିତୀୟ ୨୮ ଓ ତୃତୀୟ ଶ୍ରେଣୀରେ ୧୦୦ ଜଣ ପାସ କରି ଥିବା ବେଳେ ୪୭୨ ମାର୍କ ରଖି ବର୍ଷା ରାଣୀ ରାଉତରାୟ କଲେଜ ଟପ୍ପର ହୋଇ ସଫଳତା ଲାଭ କରିଥିବାରୁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଳସିଂହ ଆଦର୍ଶ ଜୁନିଅର କଲେଜ ଛାତ୍ରୀ ବନ୍ଦନା ଉଦୟସିଂ ୫୦୪ ନମ୍ବର ବ୍ଲକ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ଟପ୍ପର ଭାବେ ଶୁଭଶ୍ରୀ ସାହୁ ୫୦୦ ରଖି ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୦ , ଦ୍ୱିତୀୟ ୨୯ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ପାସ କରି ୮୧ ପ୍ରତିଶତ ସଫଳତା ଲାଭ କରିଛି। ଏହି ସଫଳତାର ଶ୍ରେୟ କଲେଜ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚରୀଙ୍କ ବୋଲି ଅଧ୍ୟକ୍ଷ ସୁଧାଂଶୁ ଭୁଷଣ ଦାଶ କହିଥିବା ସହ କୃତିତ୍ୱ ହାସଲ କରିଥିବା ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟାଙ୍ଗୀ ଜୁନିୟର କଲେଜ ସମୁଦାୟ ୨୮୯ ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୨୮, ଦ୍ୱିତୀୟ ୫୨ ଓ ତୃତୀୟ ରେ ୧୬୮ ଜଣ ପାସ କରି ୮୬ ପ୍ରତିଶତ ସଫଳତା ହାସଲ କରିଛି। କଲେଜ ଟପ୍ପର ଭାବେ ୪୮୫ ରଖି ଶିବାନୀ ସର୍ଦ୍ଦାର ହୋଇଛନ୍ତି। କୁହୁଡ଼ି ଜୁନିୟର କଲେଜ ରେ ସମୁଦାୟ ୨୪୫ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ପ୍ରଥମ ଶ୍ରେଣୀରେ ୩୩, ଦ୍ୱିତୀୟ ରେ ୩୭ ଓ ତୃତୀୟରେ ୧୩୪ ଜଣ ପାସ କରି ୮୫ ପ୍ରତିଶତ ରେଜଲ୍ଟ କରିଛି।କଲେଜ ଛାତ୍ରୀ ପ୍ରିୟଦର୍ଶିନୀ ପରିଡ଼ା ୪୯୭ ନମ୍ୱର୍ ରଖି କଲେଜ ଟପ୍ପର ହୋଇଛନ୍ତି।
ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି ଜୁନିୟର କଲେଜ ରେ ୩୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୫୭, ଦ୍ୱିତୀୟ ଶ୍ରେଣୀରେ ୬୦ ଓ ତୃତୀୟ ରେ ୧୩୬ ଜଣ ଉତ୍ତୀର୍ଣ୍ଣ ହୋଇ ୮୨ ପ୍ରତିଶତ ସଫଳତା ଲାଭ କରିଛି। ୪୮୫ ମାର୍କ ରଖି ସ୍ମିତାଞ୍ଜଳୀ ପରିଡ଼ା କଲେଜ ଟପ୍ପର ହୋଇଛନ୍ତି।ସେହିପରି ଖୋର୍ଦ୍ଧା ବ୍ଲକ ମଳିପଡା ପ୍ରସନ୍ନ ପାଟ୍ଟଶାଣୀ ଜୁନିୟର କଲେଜ ର ସମୁଦାୟ ୨୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦ ପ୍ରତିଶତ ସଫଳତା ହାସଲ କରିଛି । ପ୍ରଥମ ଶ୍ରେଣୀରେ ୨୪, ଦ୍ୱିତୀୟ ରେ ୨୮ ଓ ତୃତୀୟ ଶ୍ରେଣୀରେ ୧୦୬ ଜଣ ପାସ କରିଛନ୍ତି। ୪୬୩ ନମ୍ୱର୍ ରଖି ଛାତ୍ରୀ ମିନାକ୍ଷୀ ବେହେରା କଲେଜ ଟପ୍ପର ହୋଇଛନ୍ତି। କଲେଜ ଅଧକ୍ଷ ଙ୍କ ତରଫରୁ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଯାଇଛି।