Monday , October 2 2023
Breaking News
Home / ବିଶେଷ / ଗଦାଧର ପୀଠରୁ ରାଧାକୃଷ୍ଣ ମୂର୍ତୀ ଚୋରୀ –  ଚୋରକୁ ଧରି ପୋଲିସ୍ ଜିମା ଦେଲେ ଲୋକେ 

ଗଦାଧର ପୀଠରୁ ରାଧାକୃଷ୍ଣ ମୂର୍ତୀ ଚୋରୀ –  ଚୋରକୁ ଧରି ପୋଲିସ୍ ଜିମା ଦେଲେ ଲୋକେ 

ଗରଦପୁର ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ କୋରୁଆ ନିକଟସ୍ଥ ପର୍ଯ୍ୟଟନସ୍ଥଳୀ ଗଦାଧର ପୀଠରୁ ଗୁରୁବାର ପୂର୍ବାହ୍ନରେ ରାଧାକୃଷ୍ଣ ମୂର୍ତୀ ଚୋରି ହୋଇଯାଇଥିଲା । ଖବରନେବାରେ ଜଣାଯାଇଛି ବାବା ବେଶଧାରୀ ଜନୈକ ବ୍ୟକ୍ତି ଏବଂ ତାର ସହଯୋଗୀ ଏକ ବାଇକ୍ ରେ ଆସି ଗଦାଧର ପୀଠରେ ପହଂଚିଥିଲେ । ବାବା ବେଶଧାରୀ ବ୍ୟକ୍ତି ଜଣକ ଠାକୁରଙ୍କୁ ଦର୍ଶନ କରିବା ସମୟରେ ରାଧାକୃଷ୍ଣ ମୂର୍ତୀ ଙ୍କୁ ଏକ ବ୍ୟାଗ ରେ ପୁରାଇ ବାଇକ ରେ ପଳାଇଥିଲେ । ପୀଠର ମହନ୍ତ ପୂଜା କରିବାକୁ ଯିବାବେଳେ ରାଧାକୃଷ୍ଣ ମୂର୍ତୀ ପାଇନଥିଲେ । ତେବେ ବାବା ବେଶଧାରୀ ବ୍ୟକ୍ତିଜଣକ ତାକୁ ନେଇଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକମାନେ ତାଙ୍କର ପିଛା କରିଥିଲେ । ରାସ୍ତାରୁ ଲୋକମାନେ ତାଙ୍କୁ ଧରିବା ସହିତ କୁଦାନଗରୀ ଥାନା ପୋଲିସ୍ ଜିମା ଦେଇଥିଲେ । ପୋଲିସ୍ ଉକ୍ତ ଦୁଇଜଣକୁ ଅଟକ ରଖି ମୂର୍ତି ଜବତ କରିଥିବା ଜଣାଯାଇଛି । ତେବେ ଉକ୍ତ ବ୍ୟକ୍ତି ଏରସମା ବ୍ଲକ୍ ଜପା ଗ୍ରାମର ସମୀର ରଂଜନ ସାହୁଙ୍କ ପୁତ୍ର ଆର୍ଯ୍ୟସ୍ମୃତି ସାହୁ ବୋଲି କୁଦାନଗରୀ ଥାନାଧିକାରୀ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *