ଖୋର୍ଦ୍ଧା,୮/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ୧୦ ବର୍ଷ ର ନାବାଳକ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ଦଂଶନ କରିଥିଲା । ପ୍ରଥମେ ସ୍ଥାନୀୟ ଅଂଚଳରେ ପ୍ରାଥମିକ ଚିକିତ୍ସା କରିବା ପରେ ନାବାଳକ ଜଣକୁ ଝାଡା ବାନ୍ତି ହେବାରୁ ଖୋର୍ଦ୍ଧା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମ୍ରୁତ୍ୟୁ ଘୋଷଣା କରିଥିଲେ। ମ୍ରୁତ ନାବାଳକ ଜଣକ ହେଉଛନ୍ତି ଶୁଭଙ୍କର ପାଇକରାୟ । ଏନେଇ ଶୁଭଙ୍କର ଙ୍କ ଦାଦା ଅନିଲ ସିଂ ପାଇକରାୟ ଜଂକିଆ ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ପୋଲିସ ଅଭିଯୋଗ କୁ ଆଧାର କରି ୮/୨୩ ରେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।