ଖୋର୍ଦ୍ଧା,୮/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଆଜି ଖୋର୍ଦ୍ଧା ରେ ଆରମ୍ଭ ହୋଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅଵସରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶ୍ରମ ଆୟୁକ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଣବ କୁମାର ପାତ୍ରଙ୍କ ସହଯୋଗ ରେ ଶିଶୁ ଶ୍ରମିକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ଜିଲାପାଳ କାର୍ଯ୍ୟାଳୟ ରୁ ପଦଯାତ୍ରା ଆରମ୍ଭ ହୋଇ ଖୋର୍ଦ୍ଧା ବଜାର ପରିକ୍ରମା କରାଯାଇଥିଲା । ଶ୍ରମ ବିଭାଗ ର ସମସ୍ତ କର୍ମଚାରୀମାନେ ହାତରେ ପ୍ଳା କାର୍ଡ ଧରି ସ୍କୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କର୍ଯ୍ୟରେ ନିୟୋଜିତ ନ କରାଇବା ଓ ନିର୍ଯ୍ୟାତନା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।
ଜିଲ୍ଲା ସହ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ , ମୋନାଲିସା ଜେନା ,ପ୍ରଜ୍ଞାପରମିତା ସାହୁ ,ରଶ୍ମିତା ପାତ୍ର , ଲମ୍ବୋଦର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ।