Friday , September 22 2023
Breaking News
Home / ଶିକ୍ଷା / ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ: କଳାରେ ପାସ୍‌ ହାର ୭୮.୮୮ ପ୍ରତିଶତ

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ: କଳାରେ ପାସ୍‌ ହାର ୭୮.୮୮ ପ୍ରତିଶତ

ଭୁବନେଶ୍ୱର, ୦୮/୦୬/୨୦୨୩ (ଓଡ଼ିଶା ସମାଚାର)-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ନବରଂଗପୁର ଜିଲ୍ଲାର ପାସ୍‌ ହାର ହେଉଛି ୭୦.୭୪ ପ୍ରତିଶତ।

ଗୁରୁବାର ଅପରାହ୍‌ଣ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। ପୂର୍ବରୁ ଗତ ମେ’ ମାସ ୩୧ ତାରିଖରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

ରାଜ୍ୟରେ କେବଳ ୨୪ ଜଣ ପିଲା ଯୁକ୍ତ ଦୁଇ କଳାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାକୁ ସକ୍ଷମ ହେଇଥିବାବେଳେ, ୩୦ଟି ଶିକ୍ଷାନୁଷ୍ଠାନରେ ଶତ ପ୍ରତିଶତ ସଫଳତା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ କଳାରେ ପାସ୍ ହାର ଶୂନ ରହିନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *