Monday , October 2 2023
Breaking News
Home / ବିଶେଷ / ପଥର ବୋଝେଇ ମିନିଟ୍ରକ ଜବତ

ପଥର ବୋଝେଇ ମିନିଟ୍ରକ ଜବତ

ନିରାକାରପୁର, ୦୮/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳୀ ନାୟକ ଙ୍କ ନିର୍ଦ୍ଦେଶରେ ଆଜି ଏକ ପଥର ବୋଝେଇ ମିନିଟ୍ରକ ଜବତ ହୋଇଛି। ସୂଚନାଯୋଗ୍ୟ ବର୍ତ୍ତମାନ କିଛି ଦିନ ହେବ ବେଆଇନ ପଥର ଚାଲାଣ ଉପରେ ପୋଲିସ କଡା ନଜର ରଖି ଥିବା ବେଳେ ଆଜି ଚମ୍ପାଝର ଗ୍ରାମର ଏକ ପଥର ବୋଝେଇ ମିନିଟ୍ରକ ନ ଓଡ଼ି୦୨ ଡି ୪୦୩୨ ରେ ପଥର ଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଗାଡି ଚାଳକ ଫେରାର ହୋଇ ଯାଇଥିବାବେଳେ ଗାଡ଼ିକୁ ଜବତ କରାଯାଇ କେସ  ନ ୧୪୭/୨୩ ରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *