ନିଶ୍ଚିନ୍ତକୋଇଲି,୦୮/୦୬/୨୦୨୩ (ଓଡ଼ିଶା ସମାଚାର)- ଗତ ମଙ୍ଗଳବାର ଦିନ ନିଶ୍ଚିନ୍ତକୋଇଲି ଥାନା କୁଳଗାଁ ଇଶାଳୋ ଲୁଣା ନଦୀ ଘାଟରେ ନିଜ ଅଭିଭାବକଙ୍କ ସହିତ ଗାଧୋଉଥିବାବେଳେ ଅସୁରେଶ୍ବର ପଂଚାୟତ ଅଣସରପୁର ଗାଁ ର ମନୋଜ ସାହୁ ଙ୍କ ୧୨ ବର୍ଷୀୟ ବଡ଼ ପୁଅ ସୌମ୍ୟରଞ୍ଜନ ସାହୁ ଓରଫ୍ ସୋମ୍ ବାଲି ମାଫିଆ ମାନଙ୍କ ଦ୍ୱାରା ପ୍ରୋକଲିନ୍ ମେସିନ ସାହାଯ୍ୟରେ ନଦୀ ପାଣିରେ ବଡ଼ ବଡ଼ ଖାଲ କରି ବାଲି ଉତୋଳନ କରୁଥିବାରୁ ସେହି ମନୁଷ୍ୟକୃତ ଗଣ୍ଡରେ ବୁଡ଼ି ମୃତ୍ୟୁ ବରଣ କରିଥିଲା ।
ପ୍ରୋକଲିନ୍ ମେସିନ ବ୍ୟବହାର କରିବାକୁ ବାରଣ ଥିବାବେଳେ ଦିନ ରାତି ୨୪ ଘଂଟା ପ୍ରୋକଲିନ୍ ମେସିନ୍ ଲଗାଇ ବାଲି ଲିଜ ନେଇଥିବା ବାଲି ମାଫିଆ ଏହାକୁ ଉଲଂଘନ କରି ବାଲି ଉତୋଳନ କରୁଥିବାରୁ ଏହି ଶିଶୁ ଟିର ମୃତ୍ୟୁ ହୋଇଛି ବୋଲି ତାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ତହସିଲଦାର ନିଜ ପ୍ରତିକ୍ରିୟା ଦେଇ ଏହା ସମଗ୍ର ଓଡ଼ିଶାରେ ଚାଲିଛି ବୋଲି କହିଥିଲେ । ମୃତ ସୌମ୍ୟରଂଜନ ଙ୍କ ପରିବାର ପକ୍ଷରୁ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯାଇଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ବ୍ଲକ୍ କଂଗ୍ରେସ ସଭାପତି ରମାକାନ୍ତ ବେହେରା ନିଶ୍ଚିନ୍ତକୋଇଲି ତହସିଲଦାର ଓ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକଙ୍କ ନିମରେ ଏତଲା ଦେଇଛନ୍ତି ।
ଏହି ନାବାଳକ ର ମୃତ୍ୟୁ ପାଇଁ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ସିଧା ସଳଖ ଦାୟୀ କରାଯାଇଛି । ପ୍ରଥମ କଥା ମେସିନ୍ ଦ୍ୱରା ବାଲି ଉତୋଳନକୁ ଅନୁମତି ନଥିବାବେଳେ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ବାଲି ସୌରାତ ଲିଜ ନେଇଥିବା ବ୍ୟକ୍ତିଙ୍କ ସହିତ ମଧୁ ଚନ୍ଦ୍ରିକା କରି ଏଥିପ୍ରତି ଆଖି ବୁଜି ଦେଇଛନ୍ତି ।
ଦ୍ୱିତୀୟ କଥା ହେଲା ଯେଉଁ ଯେତିକି ସ୍ଥାନରୁ ବାଲି ଉତୋଳନ କରିବା ପାଇଁ ଲିଜ ଦିଆଯାଇଛି, ତା ଠାରୁ ବହୁତ ଅଧିକ ଏପରିକି ଗାଧୁଆ ତୁଠ ରୁ ମଧ୍ୟ ବାଲି ଉତୋଳନ କରାଯାଇ ମନୁଷ୍ୟକୃତ ଗଣ୍ଡ ସୃଷ୍ଟି କରାଯାଇଛି । ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ଏହି ଶିଶୁ ମୃତ୍ୟୁ ପାଇଁ ଦାୟୀ ବୋଲି ସେ ସିଧା ସଳଖ ଦାୟୀ କରିଛନ୍ତି । ନ୍ୟାୟ ନମିଳିଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ।
Home / ବିଶେଷ / ନଦୀରେ ବାଲି ମାଫିଆ ଙ୍କ କୃତ୍ରିମ ଗଣ୍ଡରେ ବୁଡ଼ି ନାବାଳକ ର ମୃତ୍ୟୁ ଘଟଣାରେ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ନାମରେ କଂଗ୍ରେସ ପକ୍ଷରୁ ଏତଲା