Monday , October 2 2023
Breaking News
Home / ବିଶେଷ / କୁନିନ୍ଦା ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

କୁନିନ୍ଦା ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

ଭୁବନ ଅଞ୍ଚଳ ର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ : ପ୍ରଫୁଲ୍ଲ ମଲ୍ଲିକ
ଭୁବନ ୦୮/୦୬/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତ ରେ ବିଧାୟକ ଅନୁଦାନ ପାଣ୍ଠି,ଜିଲ୍ଲା ଖଣିଜ ପାଣ୍ଠି ଏବଂ ପଞ୍ଚାୟତ ସମିତି ପାଣ୍ଠି ରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ କାର୍ୟ୍ୟକ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠି ରୁ ଏକ କମ୍ୟୁନିଟି ସେଣ୍ଟର,ଜିଲ୍ଲା ଖଣିଜ ପାଣ୍ଠି ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ରେ କୁନିଦା ପଞ୍ଚାୟତ ର ନୂତନ ଗୃହ, ୧୦ ଲକ୍ଷ ଟଙ୍କା ବ୍ୟୟ ରେ ତପୋବନ ହାଇ ସ୍କୁଲ ରେ ନୂତନ ଶ୍ରେଣୀ ଗୃହ ଓ ୫ଲକ୍ଷ ଟଙ୍କା ବ୍ୟୟ ରେ ମିଶନ ଶକ୍ତି ସଭା ଗୃହ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ଭାଙ୍ଗି, ଫିତା କାଟି ଉଦଘାଟନ କରିଥିଲେ ।ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ ପାଣ୍ଠି ରୁ ୪୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଅବସର ରେ ଆୟୋଜିତ ଉଦଘାଟନୀ ସଭା ରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ଯେ , ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ , ଉନ୍ନୟନ ମୂଳକ କାର୍ୟ୍ୟରେ ସମସ୍ତଙ୍କର ସହଯୋଗ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ବିଡ଼ିଓ କଲ୍ୟାଣ ସୌରଭ ଦାଶ, କୁନିନ୍ଦ। ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ସାହୁ,ସମିତି ସଭ୍ୟ ତାପସ ଆଏଚ, ବ୍ଲକ ଉପାଧ୍ୟକ୍ଷ।ସରୋଜିନୀ ଦ୍ବିବେଦୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, କୁନିନ୍ଦ। ର ପୂର୍ବତନ ସରପଂଚ ଅର୍ଜୁନ ସାହୁ , ବାରୁଆଁ ସରପଞ୍ଚ ବୀଣାପାଣି ସାହୁ, ଓଡ଼ିଶ ସରପଞ୍ଚ ମୋହନ ମହାନ୍ତ, ଧଳପଡା ସରପଞ୍ଚ ଶ୍ରୀନିବାସ ବେହେରା ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *