Friday , September 22 2023
Breaking News
Home / ବିଶେଷ / ସ୍ୱୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ବିଭିନ୍ନ ଦିଗ ରେ ପ୍ରଶିକ୍ଷଣ

ସ୍ୱୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ବିଭିନ୍ନ ଦିଗ ରେ ପ୍ରଶିକ୍ଷଣ

ଭୁବନେଶ୍ୱର,୦୭/୦୬/୨୦୨୩ (ଓଡ଼ିଶା ସମାଚାର)- ଭାରତୀୟ ଜନତା ଦଳ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପ୍ରଶିକ୍ଷଣ ସେଲ ତରଫରୁ ପାଞ୍ଚଶହ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ବିଭିନ୍ନ ଦିଗ ରେ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ପ୍ରଶିକ୍ଷଣ ର ଉଦେଶ୍ୟ ସମାଜ ରେ ଅବହେଳିତ, ଦୁର୍ବଳ ଓ ଅସହାୟ ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ସହିତ ତାଙ୍କୁ ସ୍ୱାବଲମ୍ବୀ କରିବା. ଏହି କାର୍ୟ୍ୟକ୍ରମ ର ମୁଖ୍ୟ ଉଦେଶ ଥିଲା । ଏହି କାର୍ୟ୍ୟକ୍ରମ ରେ  Kitchen waste Management, urban horticulture and beauty parlor ପ୍ରଶିକ୍ଷଣ ଦିଆ ଯାଇ ଥିଲା ଓ ବ୍ୟାଙ୍କ linkage ମଧ୍ୟ କରା ଯାଇ ଥିଲା ।  ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଜଗନ୍ନାଥ ପ୍ରଧାନ, ପ୍ରଶିକ୍ଷଣ ସେଲ ଅଧ୍ୟକ୍ଷ ଶ୍ରୀ ରବି ମହାରଣା, ସହ ସଂଯୋଜକ ଇଂ ଦିପ୍ତୀରେଖା ପଟ୍ଟନାୟକ ଓ ଅନ୍ୟ ମାନଙ୍କ ମଧ୍ୟରୁ ଶ୍ରୀମତୀ ରଜନୀ ବାଳା ଦାସ, ଦିବ୍ୟ ଭାରତୀ ଜେନା, ଶ୍ରଦ୍ଧାଞ୍ଜଳି ଶତପଥି, ଉଷା ରାଣୀ, ମାନସୀ, ସୀମା ଓ ବିଶ୍ଵଭାରତୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *