ଖୋର୍ଦ୍ଧା,୭/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ସ୍ଥିତ ହିରୋ ସୋରୁମ ସାଇ ଅଟୋମୋବାଇଲ କୁ ସିଲ୍ କରିଛି ପୋଲିସ। ସୂଚନାରୁ ପ୍ରକାଶ ଯେ ଭୁବନେଶ୍ବର ଆଡିବିଆଇ ବ୍ୟାଙ୍କ ରୁ ରୁଣ ଆଣି ଜନୈକ ବ୍ୟକ୍ତି ଜଂକିଆ ଠାରେ ସାଇ ଅଟୋମୋବାଇଲ ନାମରେ ଏକ ହିରୋ କଂପାନୀ ର ଦୁଇ ଚକିଆ ଯାନର ସୋ ରୁମ କରିଥିଲେ। ଠିକ୍ ସମୟରେ କିସ୍ତି ନ ଦେବାରୁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲା। ଆଜି ପୋଲିସ ବ୍ୟାଙ୍କ କର୍ମଚାରୀ ଙ୍କ ଉପସ୍ଥିତରେ ସୋ ରୁମ କୁ ସିଲ କରିଥିବା ସୂଚନା ଦେଇଛି ଆଡିବିଆଇ ବ୍ୟାଙ୍କ।