Friday , September 22 2023
Breaking News
Home / ତାଜା ଖବର / ଯାଜପୁର ରୋଡ୍ ରେଳ ଷ୍ଟେସନରେ ବଡ଼ ଅଘଟଣ, ଇଂଜିନ ବିହିନ ମାଲଗାଡ଼ି ୱାଗନ୍ ରେ କଟି ୬ ଜଣଙ୍କ ମୃତ୍ୟୁ

ଯାଜପୁର ରୋଡ୍ ରେଳ ଷ୍ଟେସନରେ ବଡ଼ ଅଘଟଣ, ଇଂଜିନ ବିହିନ ମାଲଗାଡ଼ି ୱାଗନ୍ ରେ କଟି ୬ ଜଣଙ୍କ ମୃତ୍ୟୁ

ଯାଜପୁର,୦୭/୦୬/୨୦୨୩ (ଓଡ଼ିଶା ସମାଚାର)- ଯାଜପୁର ରୋଡ୍ ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଇଂଜିନ ବିହିନ ମାଲଗାଡ଼ି ୱାଗନ୍ ରେ କଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି।ଶ୍ରମିକମାନେ ଟ୍ରାକ୍ ରେ ଗ୍ରିସିଂ କରୁଥିଲେ । ହଠାତ୍ କାଳବୈଶାଖୀ ବର୍ଷା ଆସିବାରୁ ରୁ ଏଥିରୁ ରକ୍ଷା ପାଇବାକୁ ଛାଡ଼ି ହୋଇଥିବା ଏକ ଇଂଜିନ ବିହିନ ମାଲବାହୀ ଟ୍ରେନ ୱାଗନ୍ ତଳେ ସମସ୍ତ ଶ୍ରମିକ ଆଶ୍ରୟ ନେଇଥିଲେ । ହେଲେ ହଠାତ୍ ଟ୍ରେନ ପଛକୁ ଗଡ଼ିବାରୁ ୱାଗନ୍ ତଳେ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସପିଟାଲ ରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯିବାର ସୂଚନା ମଳିଛି । ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ ।
ତେବେ ତାଜା ସୂଚନା ଅନୁସାରେ ହସପିଟାଲ ରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୬ ରେ ପହଂଚିଛି ।

Leave a Reply

Your email address will not be published. Required fields are marked *