ଜଗତସିଂହପୁର, ୦୭/୦୬/୨୦୨୩ (ଓଡ଼ିଶା ସମାଚାର)- ନେହରୁ ଯୁବ କେନ୍ଦ୍ର ଓ ଇନସାଫ ଅନୁଷ୍ଠାନ ମିଳିତ ସହଯୋଗରେ ଜନ ଶିକ୍ଷଣ ସଂସ୍ଥା ଜଗତସିଂହପୁର କାର୍ୟ୍ୟାଳୟ ପରିସରରେ ମାଣ୍ଡିଆ ଜାତୀୟ ଖାଦ୍ୟ ଉପରେ ଏକ କର୍ମଶାଳା ତଥା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଇନସାଫ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଉତ୍କଳ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ, ସଂମ୍ମାନିତ ଅତିଥି ରୂପେ ଅଧ୍ୟାପକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର, ଜଣ ଶିକ୍ଷଣ ସଂସ୍ଥା ର ନିର୍ଦେଶକ ଶ୍ରୀଯୁକ୍ତ କିଶୋରେ କୁମାର ସାମଲ, ଶ୍ରୀଯୁକ୍ତ ଶଶି ଭୂଷଣ ଶତପଥି ଓ ନେହରୁ ଯୁବ କେନ୍ଦ୍ରର ସହକର୍ମୀ ପବିତ୍ର ମୋହନ ସୁବୁଧି ମହାଶୟ ଯୋଗଦାନ କରିଥିଲେ ।
ଶ୍ରୀଯୁକ୍ତ ପବିତ୍ର ମୋହନ ସୁବୁଧି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ଏହା ପରେ ଅତିଥି ବୃନ୍ଦଙ୍କୁ ପୁଷ୍ପବୃକ୍ଷ ଓ ଉତରି ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଦାଶ କହିଥିଲେ ଦୈନନ୍ଦିନ ଜୀବନରେ ମାଣ୍ଡିଆ ସେବନର ଉପକାରିତା ଓ ବିଭିନ୍ନ ମାଣ୍ଡିଆ ଖାଦ୍ୟର ବହୁଳ ବ୍ୟବହାର ଉପକାରିତା ଉପରେ ଆଲୋକପାତ କରାଇଥିଲେ।
ସରକାରଙ୍କ ଦ୍ଵାରା ବିଭିନ୍ନ ସଚେତନତା ମୂଳକ କାର୍ୟ୍ୟକ୍ରମ ମାଣ୍ଡିଆ ଜାତୀୟ ଶସ୍ୟ ଉପରେ କରାଯାଉଅଛି । ପୁରାତନ କାଳରେ ଆଦି ମାନବ ତଥା ଆମ ପୂର୍ବ ପୁରୁଷ ମାନେ କିଭଳି ମାଣ୍ଡିଆ ଶସ୍ୟରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଉତ୍ପାଦନ କରୁଥିଲେ ତାହା ଉପରେ ଆଲୋଚନା କରିଥିଲେ ।
ଏହି କାର୍ୟ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଥିଲା । ମାଣ୍ଡିଆ ,ବାଜରା,ଯଅ, ଚିନା ଆଦି ଶସ୍ୟ ରଖାଯାଇଥିଲା ଓ ଶସ୍ୟ ରୁ ବିଭିନ୍ନ ପ୍ରକାରର ଖାଦ୍ୟ ପରସ। ଯାଇଥିଲା । ଏହି କାର୍ୟ୍ୟକ୍ରମରେ ମାଣ୍ଡିଆ ଉପରେ ଏକ ପରୀକ୍ଷା କରାଯାଇଥିଲା । କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜଣ ଶିକ୍ଷଣ ସଂସ୍ଥାନର କର୍ମକର୍ତା ଓ ନେହରୁ ଯୁବକେନ୍ଦ୍ରର ଜାତୀୟ ସ୍ଵେଛା ସେବି ଅନିଲ ଦାସ ,ରାଜଲକ୍ଷ୍ମୀ ସ୍ୱାଇଁ ଓ ଶୁଭଶ୍ରୀ ରାଉତ ପରିଚାଳନାରେ ସହଯୋଗ କରିଥିଲେ ।