Monday , October 2 2023
Breaking News
Home / ବିଶେଷ / ଜିଲ୍ଲା ଖଣିଜ ପାଣ୍ଠି ରେ ନିର୍ମିତ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦଘାଟନ

ଜିଲ୍ଲା ଖଣିଜ ପାଣ୍ଠି ରେ ନିର୍ମିତ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦଘାଟନ

ଭୁବନ ୦୭/୦୬/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଏବଂ ବାରୁଆଁ (ବି) ପଞ୍ଚାୟତ ରେ ଜିଲ୍ଲା ଖଣିଜ ପାଣ୍ଠି ରୁ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ମଧ୍ୟରୁ ସହିତ ଓଡ଼ିଶ ବ୍ରହ୍ମକୁଣ୍ଡ , କାଂଶର ଗୋଡା, ମାଳୁଆ ଗୋଡ଼ା,ନୂଆ ଜିରାଳ ରେ ମିନି କଲ୍ୟାଣ ମଣ୍ଡପ ଏବଂ ଏକ ହାଇ ସ୍କୁଲ ଗୃହ ଉଦଘାଟନ କରିଥିଲେ । ଓଡିଶ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ବାୟୋ ମେଡ଼ିକାଲ ଗୃହ ଓ କଲ୍ୟାଣ ମଣ୍ଡପ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ବାରୁଆଁ ରେ ମଧ୍ୟ କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଘୋଷଣା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ରେ ଶ୍ରୀମତୀ ସିପ୍ରା ବରାଳ,ବିଡ଼ିଓ କଲ୍ୟାଣ ସୌରଭ ଦାଶ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ବାରୁଆଁ ସରପଞ୍ଚ ବୀଣାପାଣି ସାହୁ, ଓଡ଼ିଶ ସରପଞ୍ଚ ମୋହନ ମହାନ୍ତ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *