Monday , October 2 2023
Breaking News
Home / ବିଶେଷ / ଆଇପିଏସ ଓ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ

ଆଇପିଏସ ଓ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର, ୦୭/୦୬/୨୦୨୩ (ଓଡ଼ିଶା ସମାଚାର)- ଆଇପିଏସ ଓ ଆଇଏଏସଙ୍କୁ ନୂଆ ଦାୟିତ୍ବ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଆଇଏଏସ କୁଲାଙ୍ଗେ ବିଜୟ ଅମୃତାଙ୍କ ସ୍ଥାନରେ ଅରୁଣ ବୋଥ୍ରାଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ସେହିପରି ଜେଲ ଏଡିଜି ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଏସଆରଟିସି ର ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସିଏମଡି, ଓଏସଆରଟିସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ । ପରିବହନ କମିଶନର ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

Leave a Reply

Your email address will not be published. Required fields are marked *