ଭୁବନେଶ୍ୱର, ୦୬ /୦୬/୨୦୨୩ (ଓଡ଼ିଶା ସମାଚାର)-ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ରେ ଆହତ ଙ୍କ ଆଶୁଆରୋଗ୍ୟ ଓ ମୃତ କଙ୍କ ଆତ୍ମାର ସଦଗତି କାମନା କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ଏକ ସାମୁହିକ ଦ୍ଵୀପ ଦାନ ନଖରା ସ୍ଥିତ ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ସଂଯୋଜକ ଶ୍ରୀ ରବି ମହାରଣା, ସହ ସଂଯୋଜକ ଇଂ ଦିପ୍ତୀରେଖା ପଟ୍ଟନାୟକ, ପ୍ରଶିକ୍ଷଣ ସଦସ୍ୟ ଦିବ୍ୟ ଭାରତୀ ଜେନା ଓ ବିଶ୍ୱ ପ୍ରଭା ଉପସ୍ଥିତ ଥିଲେ ।