Monday , October 2 2023
Breaking News
Home / ତାଜା ଖବର / ଚିତ୍ରୋତ୍ପଳା ନଦୀ କୂଳରେ ବିଭତ୍ସ ହତ୍ୟାକାଣ୍ଡ

ଚିତ୍ରୋତ୍ପଳା ନଦୀ କୂଳରେ ବିଭତ୍ସ ହତ୍ୟାକାଣ୍ଡ

ନିଶ୍ଚିନ୍ତକୋଇଲି, ୦୬ /୦୬/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଏରକଣା ସାମିଲ ପଙ୍କପାଳ ମୌଜାର ଫନି ଦାସ ଙ୍କ ପୁଅ ସନ୍ତୋଷ ଦାସ  ଙ୍କୁ ଗତକାଲି ବିଳମ୍ବିତ ରାତ୍ରି ରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପ୍ରାପ୍ତ ସୂଚନା ରୁ ପ୍ରକାଶ । ବରପଡା ସ୍ଥିତ ନାଗାମଠ ନିକଟ  ଚିତ୍ରୋତ୍ପଳା ନଦୀକୂଳରେ ଏହି ହତ୍ୟାକାଣ୍ଡ ଘଟିଛି ।  ହତ୍ୟାକାରୀ ସନ୍ତୋଷ ଙ୍କୁ ହତ୍ୟା କରିବା ସହିତ  ପଥର ରେ ତାଙ୍କ ମୁହଁ କୁ ଛେଚି ବିକୃତ କରିଥିବା ଚର୍ଚ୍ଚାର  ବିଷୟ ହୋଇଛି ।ମୃତ ସନ୍ତୋଷ ଙ୍କ ସ୍ତ୍ରୀ ବୁହାଳ ଅଂଚଳର ଜନୈକ ଯୁବକ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଲୋକ ମୃତ ଦେହ ଦେଖି ଖବର ଦେବା ପରେ ନିଶ୍ଚିନ୍ତକୋଇଲି ଥାନା  ପୋଲିସ ପହଁଞ୍ଚି ଘଟଣା ସମ୍ପର୍କରେ ତଦନ୍ତ  ଚଳାଇଛି ।

Leave a Reply

Your email address will not be published. Required fields are marked *