Monday , October 2 2023
Breaking News
Home / ତାଜା ଖବର / କେନାଲ ପୋଲ ଉପରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

କେନାଲ ପୋଲ ଉପରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି,୦୬ /୦୬/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )-କରାଣ୍ଡିଆ ଶାଖା କେନାଲ ପୋଲ ଉପରେ ପଡିଛି ଅଜଣା ବ୍ୟକ୍ତି ଙ୍କ ମୃତଦେହ । କଟକ ଜିଲ୍ଲା ନେମାଳ ଥାନା ତରତ ଶାସନ ପଣ୍ଡା ସାହି ନିକଟ କରାଣ୍ଡିଆ ଶାଖା କେନାଲ ପୋଲ ଉପରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତି ଶୋଇଥିବା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଲୋକ ତାଙ୍କୁ ଡାକିବାରୁ ସେ କୌଣସି ଉତ୍ତର ନଦେବାରୁ ସନ୍ଦେହ ପ୍ରକାଶ କରି ୧୦୮ ଆମ୍ବୁଲାନ୍ସ ଓ ନେମାଳ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ  ଆମ୍ବୁଲାନ୍ସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ହେଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ ,ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତକାଲି ରାତିରେ ସେ ଜୀବିତ ଥିଲେ ଏବଂ ଏହି ପୋଲ ଉପରେ ଶୋଇଥିଲେ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପାଇଁ ନେମାଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି କଟକ କୁ ସ୍ଥାନାନ୍ତରିତ କରିଛି।

Leave a Reply

Your email address will not be published. Required fields are marked *