Monday , October 2 2023
Breaking News
Home / ବିଶେଷ / ରଘୁନାଥପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର 

ରଘୁନାଥପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର 

ରଘୁନାଥପୁର , ୦୫/୦୬/୨୦୨୩ (ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକ ମିଶନ ଶକ୍ତି ଗୃହରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଜନ ଅଭିଯୋଗ ଶିବିରରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ଯୋଗ ଦେଇ ୪୩ଟି ଅଭିଯୋଗକୁ ଗ୍ରହଣ କରି ବିଭାଗୀୟ ଅଧୀକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ୪୩ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୪ଟି, ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ୨ଟି, ରେସନକାର୍ଡ ସମସ୍ୟା ୧ଗୋଟି, ଆବାସ ଯୋଜନା ସମ୍ପର୍କିତ ୬ଟି, ଜମିଜମା ସମ୍ବନ୍ଧିୟ ୭ଟି, ରେଡକ୍ରସରୁ ସହାୟତା ପାଇଁ ୧ଟି, ଭତା ନିମନ୍ତେ ୬ଟି, ପୋଲିସ ସହାୟତା ସମ୍ପର୍କିୟ ୧ଟି ଓ ଅନ୍ୟାନ୍ୟ ୨୦ଟି ଅଭିଯୋଗର ଶୁଣାଣି କରା ଯାଇଥିଲା । ତନ୍ମଧ୍ୟରୁ ୧ଟି ଅଭିଯୋଗର ଫଇସଲା ତତ୍କାଳ ସେହିଠାରେ କରା ଯାଇଥିଲା । ଏହି ଅଭିଯୋଗ ଶୁଣାଣୀରେ ତରିକୁନ୍ଦର ବବିତା ସିଂ, ମାତନ ସିଂହ, ମମତା ସିଂହ, ଅଢେଇକୁଳର ବୀଣାପାଣି ବାରିକ ବିଧବା ଭତା ପାଇବା ନିମନ୍ତେ ଅଭିଯୋଗ କରିଥିଲେ । କନ୍ଦରାପାଟି ଗ୍ରାମର ନିଶାମଣୀ ଦେଇ ବସୁନ୍ଧରା ଯୋଜନାରେ ଘରଢିଅ ପାଇବା ପାଇଁ ଦରଖାସ୍ତ କରିଥିଲେ । ରଘୁନାଥପୁରର ସଖୀ ଦଳାଇଙ୍କର ଆକାଉଂଟକୁ ୬ମାସ ହେବ ଭତା ଟଙ୍କା ଯାଇନାହିଁ ବୋଲି ଅଭିଯୋଗ କରିଥିଲେ । ଚାନ୍ଦପୁର ଗ୍ରାମର ଅଚୁ୍ୟତାନନ୍ଦ ଦାସ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ୪ଥର ଜିଲ୍ଲାପାଳ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଘରଟିଏ ପାଇ ପାରି ନାହାଁନ୍ତି । ରଘୁନାଥପୁର ବ୍ଲକରେ ୩ବର୍ଷରୁ ଉର୍ଦ୍ଧ ଥିବା କର୍ମଚାରୀ ମାନଙ୍କୁ ବଦଳି କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦେଇଥିଲେ । ଏହି ଅଭିଯୋଗ ଶିବିରରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ରୁଦ୍ର ନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା, ତହସିଲଦାର ରୁପାଲିକା ଦାଶ, ବିଡିଓ ତପନ କୁମାର ସେନାପତି, ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଶୁକାନ୍ତ କୁମାର ଦଳାଇ, ଥାନା ଆଇଆଇସି ସୁଶାନ୍ତ କୁମାର ସେଠୀ, ଏବିଡିଓ ଅଶୋକ କୁମାର ମହାନ୍ତି, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଅନନ୍ତ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ କୁମାର ପାତ୍ର, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, ବ୍ଲକ ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ, ଡ୍ରେନେଜ ଏସଡିଓ ସୁମନ ଘୋଷ, ସହକାରୀ କୃଷି ଅଧିକାରୀ ମନସ୍ୱୀନି ଲେଙ୍କା ପ୍ରମୁଖ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *