ଖୋର୍ଦ୍ଧା,୦୫/୦୬/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ଜୈନିକା ମହିଳା ପୋଷ୍ଟାଲ କର୍ମଚାରୀଙ୍କୁ ଦୁଃବ୍ୟବହାର କରି ଜଣେ ଯୁବକ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି ।ଯୁବକ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ତଇଲା ଗ୍ରାମର କାଳି ଚରଣ ପ୍ରଧାନ।ଘଟଣାରୁ ପ୍ରକାଶ ଯେ ଟାଙ୍ଗୀ ବ୍ଳକ ବଡପୋଖରିଆ ରେ କାର୍ୟ୍ୟରତ ଜୈନିକା ମହିଳା କର୍ମଚାରୀଙ୍କୁ ଉକ୍ତ ଯୁବକ ନିରାକାରପୁର ବଜାରରେ ଟଣାଓଟରା କରିବା ସହ ଖରାପ ବ୍ୟବହାର କରି ମୋବାଇଲ ଛଡାଇ ନେବା ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏ ଘଟଣାରେ ନିରାକାରପୁର ପୋଲିସ ପକ୍ଷରୁ ତଦନ୍ତ କରି ୧୪୦/୨୩ ରେ ଏକ ମାମଲା ରୁଜୁ ହୋଇଥିଲା। ଅପରପକ୍ଷେ କୋର୍ଟ ଚାଲାଣ ହୋଇଥିବା କାଳି ଚରଣଙ୍କ ପରିବାର ପକ୍ଷରୁ ଏ ଅଭିଯୋଗକୁ ଖଣ୍ଡନ କରାଯଇଛି।
ଅଭିଯୋଗ କରିଥିବା ଜୈନିକା ମହିଳା ପୋଷ୍ଟାଲ କର୍ମଚାରୀ ପୂର୍ବରୁ ରାଇଗୁରପୁର ରେ କାର୍ୟ୍ୟରତ ଥିବାବେଳେ କାଳିଚରଣ ଙ୍କ ଭିନ୍ନକ୍ଷମ ଭଉଣୀଙ୍କ ଠାରୁ ଏକ ପୋଷ୍ଟାଲ ଡିପୋଜିଟ୍ ନେଇଥିଲେ। ଡିପୋଜିଟ୍ ମାଚୁରିଟି ହେବାପରେ ସେହି ଟଙ୍କା ପୁନର୍ବାର ଡିପୋଜିଟ୍ ପାଇଁ ତାଙ୍କୁ ଦେଇଥିଲେ। ମାତ୍ର କର୍ମଚାରୀ ଜଣକ ଡିପୋଜିଟ୍ ନକରି ୬ ମାସ ତାଙ୍କୁ ଭୁଆଁ ବୁଲେଇ ଥଲେ। ଏପରିକି ଟଙ୍କା ମାଗିବାରୁ ଆଜିକାଲି ଦେବି କହି ଫୋନ ପେ କୁ ପନ୍ଦର ହଜାର ପଠାଇଥିଲେ। ଆଉ ବଳକା ଟଙ୍କା ବାବଦକୁ ମୋବାଇଲ ଟି କର୍ମଚାରୀ ଜଣକ ଦେଇଥିବା କହିଥିଲେ। ବିଭାଗୀୟ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି କାଳି ଚରଣ ଙ୍କ ପରିବାର ଦାବି କରିଛନ୍ତି ।