ରଘୁନାଥପୁର , ୦୫/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କର ଆତ୍ମାର ସଦଗତି ପାଇଁ ଆଜି ଆଗାମୀ ଓଡିଶା, ରୁଦ୍ରେଶ୍ୱର ଉନ୍ନୟନ କମିଟି ପକ୍ଷରୁ ଆଜି ରୁଦ୍ରେଶ୍ୱର ମନ୍ଦିର ପରିସରରେ ସମୁହ ଦୀପଦାନ କରା ଯାଇଥିଲା । ଏହି ରେଳ ଦୁର୍ଘଟଣାରେ ଗୁରୁତର ଓ ଆହତ ହୋଇଥିବା ଲୋକ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା । ଏଥିରେ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ତିର୍ତୋଲ ନିର୍ବାଚନ ମଣ୍ଡଳି ବିଜୁ ଯୁବ ଜନତା ଦଳର ସଭାପତି ଚନ୍ଦ୍ରକାନ୍ତ ପଣ୍ଡା, ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ, ମୁଖ୍ୟ ପୂଜକ ସନାତନ ପଣ୍ଡା, ଅଧ୍ୟାପକ ଆଶୀଷ ଚକ୍ରବର୍ତୀ, ସମାଜସେବୀ ଅଶୋକ କୁମାର ଦାସ(ଯୁବୁଦା) ଶିକ୍ଷାବିତ ରବିନ୍ଦ୍ର କୁମାର ମହାପାତ୍ର, ତପନ ମହାପାତ୍ର, ଶ୍ରଦ୍ଧା ସୁମନ ମହାପାତ୍ର, ଜିତେନ୍ଦ୍ର ଦାସ, ଦୀପକ ଦାସ, ରୁଦ୍ର ପ୍ରସାଦ ପ୍ରଧାନ, ସୁବ୍ରତ ଦାସ, ଶିବ ପ୍ରସାଦ ଦାସ, ସତ୍ୟଜିତ ନାୟକ, ସୂର୍ଯ୍ୟକାନ୍ତ ଦାସ, ରୁଦ୍ର ପ୍ରସାଦ ଦାସ, ସଚୀନ ମହାନ୍ତି, ଅକ୍ଷୟ କୁମାର ରାଉତ, ସିଆରପି ଭଗବତୀ ଦାସ, ସୁଧାକର ଦାସ, ମା ଦୁର୍ଗା ଏସଏଚଜି, ମା ପାର୍ବତୀ ଏସଏଚଜି, ମା ଲକ୍ଷ୍ମୀ ଏସଏଚଜି, ଶ୍ରୀରାମ ଏସଏଚଜି, ବିଶେଶ୍ୱର ଏସଏଚଜି, ଜୟ ଶ୍ରୀରାମ ଏସଏଚଜିର ମହିଳାମାନେ ଯୋଗ ଦେଇଥିଲେ ।ଏହି ଦୁର୍ଘଟଣାରେ ଗୁରୁତର ମାନଙ୍କ ଚିକିତ୍ସା ପାଇଁ ରୁଦ୍ରେଶ୍ୱର ଉନ୍ନୟନ କମିଟି ପକ୍ଷରୁ ୫ହଜାର ୧୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରା ଯାଇଥିଲା ।