Monday , October 2 2023
Breaking News
Home / ବିଶେଷ / ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ସମୂହ ଦୀପ ଦାନ

ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ସମୂହ ଦୀପ ଦାନ

ନିରାକାରପୁର, ୦୫/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ଵର ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଙ୍କ ଆତ୍ମାର ସଦଗତି ଓ ଗୁରୁତର ଆହତ ଅବସ୍ଥା ରେ ଚିକିତ୍ସିତ ହେଉଥିବା ଯାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଟୁବୁରି ପାହାଡ଼ ରେ ଅବସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂ ଙ୍କ ଆବାହକତ୍ୱରେ ଏକ ସମୂହ ଦୀପ ଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସମାଜସେବୀ ବିଶ୍ଵ ଭୁଷଣ ଛୋଟରାୟ, ତୁଷାର କହଲସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତ କୁମାର ମଙ୍ଗରାଜ ଓ ମହେଶ୍ୱର ରାଉତରାୟ, ରଞ୍ଜନ କୁମାର ଦାଶ ପ୍ରମୁଖ ରହି ମୃତକଙ୍କ ପରିବାରକୁ ସାହସ ଓ ଶକ୍ତି ଦେବା ସହିତ ଚିକିତ୍ସିତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Leave a Reply

Your email address will not be published. Required fields are marked *