Monday , October 2 2023
Breaking News
Home / ବିଶେଷ / ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଦର୍ଶ ମୋ ସେବା କେନ୍ଦ୍ର ଉଦଘାଟିତ

ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଦର୍ଶ ମୋ ସେବା କେନ୍ଦ୍ର ଉଦଘାଟିତ

ଜଗତସିଂହପୁର,୦୫/୦୬/୨୦୨୩ (ଓଡ଼ିଶା ସମାଚାର)- 5ଟି-ଉପକ୍ରମରେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାୱରୀଙ୍କ କରକମଳରେ ଏକ ଆଦର୍ଶ ମୋ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଆଦର୍ଶ ମୋ ସେବା କେନ୍ଦ୍ରରେ ଜନସାଧାରଣ ଆଧାର କାର୍ଡ ପଞ୍ଜିକରଣ ଏବଂ ଆଧାର କାର୍ଡ ନବୀକରଣ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ  ବିଭାଗ ଯଥା:- ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, କୃଷି ଏବଂ କୃଷକ ସଶକ୍ତିକରଣ, ବାଣିଜ୍ୟ ଏବଂ ପରିବହନ, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରଭୃତି ବିଭାଗର ବିଭିନ୍ନ ସେବା ଗୁଡିକ ଯୋଗାଇ ଦିଆଯିବ ।  ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ସହଜ ଓ ମୋ ସେବା କେନ୍ଦ୍ରର ରାଜ୍ୟ ମୁଖ୍ୟ ପରିଚାଳକ ତଥା ଉପସଭାପତି ଶ୍ରୀ ବିବେକ ପାଣିଗ୍ରାହୀ, ଜ଼ିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଜ୍ୟୋତିପ୍ରକାଶ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଇ- ଗଭର୍ଣ୍ଣାସ  ମ୍ୟାନେଜର ଶ୍ରୀ ଅରବିନ୍ଦ ଆଚାର୍ଯ୍ୟ, ମୋ ସେବା କେନ୍ଦ୍ର ଜ଼ିଲ୍ଲା ମ୍ୟାନେଜର ଶ୍ରୀ ରତିରଞ୍ଜନ ପଣ୍ଡା ଓ ଆଦର୍ଶ ମୋ ସେବା କେନ୍ଦ୍ର ପରିଚାଳକ ଶ୍ରୀମତୀ ରଶ୍ମିତା ରାଉତ  ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *