Monday , October 2 2023
Breaking News
Home / ବିଶେଷ / ଜନ ଶିକ୍ଷଣ ସଂସ୍ଥାନ ଓ ରେସୱା ସହଭାଗିତାରେ ବିଶ୍ୱ ପରିବେଶ ଦିବସ ପାଳିତ

ଜନ ଶିକ୍ଷଣ ସଂସ୍ଥାନ ଓ ରେସୱା ସହଭାଗିତାରେ ବିଶ୍ୱ ପରିବେଶ ଦିବସ ପାଳିତ

କେନ୍ଦ୍ରାପଡ଼ା, ୦୫/୦୬/୨୦୨୩ (ଓଡ଼ିଶା ସମାଚାର)- ମିଳିତ ଜାତିସଂଘର ସାଧାରଣ ସଭାରେ ଗୃହିତ ପ୍ରସ୍ତାବ ଅନୁଯାୟୀ ୧୯୭୨ମସିହାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପରିବେଶ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ସେହି କାର୍ଯ୍ୟକୁ ଉସôାହିତ କରିବା ଏହାର ମୁଖ୍ୟ ଉଦେଶ୍ୟ ରହିଥିଲା । ପ୍ରତିବର୍ଷ ଜୁନମାସ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଏହା ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ ଏବଂ ଏହା ମଧ୍ୟ ବିଶ୍ୱ ଜନସଂଖ୍ୟାକୁ ଏକ ବାର୍ତା ଦେଇଥାଏ ଯେ ପ୍ରକୃତିର ମୂଲ୍ୟବୋଧ ଏବଂ ଏହାର ସୁରକ୍ଷା କରାଯିବା ଜରୁରୀ ଅଟେ । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ ଏବଂ ୧୯୭୩ମସିହାରୁ ପ୍ରତିବର୍ଷ ଜୁନମାସ ୫ତାରିଖରେ ଆୟୋଜିତ ହେଉଥିବା ବିଶ୍ୱ ପରିବେଶ ଦିବସ ହେଉଛି ପରିବେଶ ସୁରକ୍ଷା ନିମନ୍ତେ ଜନସାଧାରଣଙ୍କ ପାଇଁ ସର୍ବ ବୃହତ ବିଶ୍ୱ ପ୍ଲାଟଫର୍ମ । ଏହାକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ପାଳନ କରିଥାନ୍ତି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜନ ଶିକ୍ଷଣ ସଂସ୍ଥାନ, କେନ୍ଦ୍ରାପଡା ପକ୍ଷରୁ ଗରାପୁରସ୍ଥିତ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନ ପରିସରରେ ପରିବେଶ ସୁରକ୍ଷାକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ମୁଖ୍ୟବକ୍ତା ଭାବେ ଜନ ଶିକ୍ଷଣ ସଂସ୍ଥାନ, କେନ୍ଦ୍ରାପଡାର ନିର୍ଦେଶକ ଆଶିଷ ରଞ୍ଜନ ସାହୁ, ସମ୍ମାନୀୟ ଅତିଥି ଭାବେ ଜନ ଶିକ୍ଷଣ ସଂସ୍ଥାନର ପରିଚାଳକ ସ୍ମୃତିରଞ୍ଜନ ବିଶ୍ୱାଳ, ରେସୱାର ନିର୍ଦେଶକ ସେକ ଲିୟାକତ ହୋସେନ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ପରିବେଶକୁ ପ୍ରଦୁ୍ୟଷଣ ମୁକ୍ତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ରେସୱା ଶିଶୁ ଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷ ଅମିତରଞ୍ଜନ ସାହୁ ସଭା ପରିଚାଳନା କରିଥିବା ବେଳେ ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ନିଶୁଳ୍କ ଝୋଟ ସାମଗ୍ରୀ ତାଲିମରେ କୃତକାର୍ଯ୍ୟ ହୋଇଥିବା ରେସୱା ସ୍ୱାଧାରଗୃହର ଅନ୍ତେବାସୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଅତିଥିମାନେ ରେସୱା ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେସୱାର କାଉନସିଲର ଗାୟତ୍ରୀ ଦଳାଇ, ଅନିତା ସାମଲ, ଜୟନ୍ତୀ ସୁତାରଙ୍କ ସମେତ ଜନ ଶିକ୍ଷଣ ସଂସ୍ଥାନର କର୍ମକର୍ତାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *