(ସଖାସଂଘ କ୍ରୀଡାସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା)
ଖୋର୍ଦ୍ଧା,୫/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଗୋଦାବରୀ ଛୋଟରାୟ ଜଣେ ସାଧାରଣ ବ୍ୟକ୍ତି ନଥିଲେ ,ସେ ଏ ଅଂଚଳର ଜଣେ ମୁରବୀ ବୋଲି ଆଜି ସଂଧ୍ୟାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଉପସ୍ଥିତ ବ୍ୟକ୍ତି ଗଣ ମତ ପ୍ରକାଶ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସଖା ସଂଘ କ୍ରୀଡା ସଂସଦ ର ପୂର୍ବତନ ସଭାପତି ଗୋଦାବରୀ ଛୋଟରାୟ ଙ୍କ ଆବର୍ତ୍ତମାନରେ ଆଜି ସଂଧ୍ୟା ରେ ସଂଘର ସଭାପତି ବିପିନ କୁମାର ଜୟସିଂହ ଙ୍କ ପୌରହିତ୍ୟ ରେ ଏକ ସ୍ମୃତିଚାରଣ ସଭା କରାଯାଇଥିଲା। ଗୋଦାବରୀ ଛୋଟରାୟ ଦୀର୍ଘ ଦିନ ଧରି ସଖା ସଂଘ କ୍ରୀଡା ସଂସଦ ର ସଭାପତି ରୁପେ ନିରବଚ୍ଛିନ୍ନ ଭାବେ ତାଙ୍କ କାର୍ୟ୍ୟ ତୁଲାଇଥିଲେ। ତାଙ୍କ ଅନୁପସ୍ଥିତ କ୍ରୀଡା ସଂସଦ ର ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ କ୍ରୀଡା ସଂସଦ ର ସଦସ୍ୟ ଗଣ ମତ ରଖିଥିଲେ। ସଂପାଦକ ଭାଗିରଥି ପ୍ରଧାନ, କୋଷାଧ୍ୟକ୍ଷ ହରିହର ସିଂହ,ଉପ ସଭାପତି ଉମେଶ ମିଶ୍ର, ରମାକାନ୍ତ ପୁରୋହିତ, ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ମହେଶ୍ବର ବେହେରା,ଶ୍ୟାମ ସୁନ୍ଦର ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବିକ୍ରମ କେଶରୀ ସାହୁ ଓ ବିଭୁତି ଭୁଷଣ ଦାଶ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଦୀପକ ପ୍ରଧାନ ଧନ୍ୟବାଦ ଦେଇଥିଲେ।