Sunday , September 24 2023
Breaking News
Home / ବିଶେଷ / ଶ୍ରୀ ମନ୍ଦିର ଭିତରେ ସ୍ନାନମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଶ୍ରୀ ମନ୍ଦିର ଭିତରେ ସ୍ନାନମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)-  ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭିତରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ରାଜସ୍ଥାନର ଅମ୍ବାଲାଲ ଭୋଇ(୪୨) ବୋଲି ଜଣାଯାଇଛି। ପରିବାର ସହ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ତାଙ୍କର ପୂର୍ବରୁ ଦେହ ଅସୁସ୍ଥ ଥିଲା ବୋଲି ପରିବାର କହିଛନ୍ତି । ଆଜି ପୂର୍ବାହ୍ନରେ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସିଥିବା ମୃତକ ସ୍ନାନମଣ୍ଡପ ନିକଟରେ ପଡ଼ିଯାଇଥିଲେ।

Leave a Reply

Your email address will not be published. Required fields are marked *