ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ବିଶିଷ୍ଟ ରାଜନୀତିଜ୍ଞ, ସୁସାହିତି୍ୟକ, ‘ଭାଷା ସୁରକ୍ଷା ସମ୍ମିଳନୀ’ର କର୍ଣ୍ଣଧାର ତଥା ପୂର୍ବତନ ରାଜ୍ୟସଭା ସାଂସଦ ସ୍ୱର୍ଗତଃ ବୈଷ୍ଣବ ପରିଡ଼ାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭାଷା ସୁରକ୍ଷା ସମ୍ମିଳନୀ’ର ମୁଖପତ୍ର ‘ଭାଷା ସୁରକ୍ଷା’ର ତୃତୀୟ ସଂଖ୍ୟାର ଶୁଭ ଉନ୍ମୋଚନ ଉତ୍ସବ ଜୁନ୍ ୫ ତାରିଖ, ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏବଂ ଭାଷା ଗବେଷକ ଓ ସାହିତି୍ୟକ ଡ. ଦେବାଶିଷ ମହାପାତ୍ର । ଏହି ଉନ୍ମୋଚନ ଉତ୍ସବରେ ଭାଷା ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବାକୁ ବୈଷ୍ଣବ ପରିଡ଼ା ସ୍ମୃତି ନ୍ୟାସର ପରିଚାଳନା ଟ୍ରଷ୍ଟି ଡ. ସ୍ୱର୍ଣ୍ଣଲତା ପରିଡ଼ା ଅନୁରୋଧ କରିଛନ୍ତି ।