ଭୁବନ ,୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ରେ ଭୁବନ ର ବିଶିଷ୍ଟ ଲୁଗା ବ୍ୟବସାୟୀ କ୍ରିଷ୍ଣା କୁମାର ଅଗ୍ରୱାଲ ଓରଫ କାହ୍ନୁ ଙ୍କ ର ଅକାଳ ବିୟୋଗ ହୋଇଯାଇଥିବା ଜଣାପଡ଼ିଛି। ଭୁବନ ଏନ୍ ଏ ସି ଅନ୍ତର୍ଗତ ୯ ନମ୍ୱର୍ ୱାର୍ଡ ଗୁଜୁରି ହାଟ ବାସିନ୍ଦା କାହ୍ନୁ ଙ୍କ ର ଲୁଗା ଦୋକାନ ରହିଛି । ସେ ବ୍ୟବସାୟ କାର୍ୟ୍ୟରେ କଲିକତା ଯାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ରେ ଫେରୁଥିଲେ । ଦୁର୍ଘଟଣା ପରଠାରୁ ତାଙ୍କର କୌଣସି ଖୋଜ ଖବର ନଥିଲା । ସେ ନିଖୋଜ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା। ପରେ ସେ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଥିବା ସମ୍ପର୍କରେ ଖବର ଆସିଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଥିଲା । ସ୍ବର୍ଗତ କାହ୍ନୁ ଜଣେ ପରୋପକାରୀ , ସ୍ନେହୀ, ଦୟାଳୁ ବ୍ୟକ୍ତି ଥିଲେ । ବହୁ ସଂଘର୍ଷ କରି ତାଙ୍କ ସାନ ଭାଇ ମାନଙ୍କୁ ପାଠ ପଢ଼ାଇ ମଣିଷ କରିଥିଲେ । ଏୟାର ଫୋର୍ସ ଅଫିସର କମଳ ଅଗ୍ରୱାଲ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ରମଣ ଅଗ୍ରୱାଲ ଙ୍କ ବଡ଼ ଭାଇ ହେଉଛନ୍ତି କାହ୍ନୁ ଅଗ୍ରୱାଲ ।କାହ୍ନୁ ଙ୍କ ଦୁଃଖଦ ବିୟୋଗ ରେ ସାରା ଭୁବନ ରେ ଗଭୀର ଶୋକ ପ୍ରକାଶ ପାଇଛି।