ଖୋର୍ଦ୍ଧା, ୦୪/୦୬/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ ବଜାରରେ ରେ ବାଇକ୍ ଚୋରି ଉଦ୍ୟମ କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ଚୋରକୁ କାବୁ କରି ଥାନାକୁ ଖବର ଦେଇଥିଲେ। ସୁଚନା ଅନୁଯାୟୀ ନିରାକାରପୁର ବଡ ବଜାର ନଵସାହୁ ନାମକ ଜଣେ ବ୍ୟକ୍ତି ନିଜର ଜଳଖିଆ ଦୋକାନ ରେ ଓଆର ଜିରୋ ଟୁ ବିଭି ୪୦୫୯ ନମ୍ବର ବାଇକ୍ ରଖି ଥିବା ବେଳେ ଜଣେ ବାଇକ୍ ଚୋର ସୁଯୋଗ ଉଣ୍ଡି ଦୋକାନ ଆଗରୁ ବାଇକ୍ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିବାରୁ ଚୋର କୁ ଧରି ନିସ୍ତୁକ ମାଡ଼ ମାରିବା ପରେ ଘଟଣାସ୍ଥଳରୁ ନିରାକାରପୁର ପୋଲିସ ଉଦ୍ଧାର କରିଥିଲା। ଯୁବକ ଜଣକ ବେଗୁନିଆ ଥାନା ଗୋଡା ର ଆଲୋକ ଭୁୟାଁ।ଏନେଇ ନବ ସାହୁ ଙ୍କ ପୁଅ ଲଲାଟ କେଶରୀ ସାହୁ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ତଦନ୍ତ କରି ନିରାକାରପୁର ପୋଲିସ ୧୪୧/୨୩ ରେ ଏକ ମାମଲା ରୁଜୁ କରି ଆଜି ଆଲୋକ କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।