Monday , October 2 2023
Breaking News
Home / ବିଶେଷ / ନୂଆଗଡ ରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୂଆଗଡ ରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନିରାକାରପୁର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ ପଞ୍ଚାୟତ   ଉଗ୍ରତାରା ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  NABARD BANK ର ପୂର୍ବତନ  ASM ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଙ୍ଗରାଜ ମହୋଦୟ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ  PWD ବିଭାଗର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ତଥା ସମାଜସେବୀ ଶ୍ରୀଯୁକ୍ତ ଶିବରାମ ପ୍ରଧାନ, ଅବସରପ୍ରାପ୍ତ ଡାକ୍ତର ଶ୍ରୀଯୁକ୍ତ ଧନେଶ୍ଵର ବଳିୟାରସିଂହ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ପରିଡ଼ା, ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗଦାଧର ବିଶ୍ୱାଳ,ସଞ୍ଜୟ କୁମାର ସାହୁ, ଦେବାନନ୍ଦ ବେହେରା,ଗୋଲଖ ସୁନ୍ଦରାୟ, ବରିଷ୍ଠ ଶିକ୍ଷାବିତ୍ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଙ୍ଗରାଜ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅପର୍ତୀ ସାମନ୍ତରାୟ, ବିଦ୍ୟାଳୟ ସ୍ଥାୟୀ କମିଟିର ସଭାପତି ତଥା ନୂଆଗୁଡ଼ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ରଘୁନାଥ ମାଝୀ, ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଛୋଟରାୟ ।ମୋଟ ୬୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୬୬ ଜଣ କୃତକାର୍ୟ୍ୟ ସୋଇଥିଲେ । ତନ୍ମଧ୍ୟରୁ ୨୨ ଜଣ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ଫୁଲତୋଡ଼ା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଦ୍ୟାର୍ଥୀ ମାନଙ୍କର ସଫଳତାର ସମସ୍ତ ଶ୍ରେୟ ସମସ୍ତ ଶିକ୍ଷକ ମାନଙ୍କୁ ଅର୍ପଣ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଉତ୍ତରୀୟ ସହିତ ଏକ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ସଂଘ ର ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ମୁଦୁଲି,ଉପ-ସଭାପତି ଶ୍ରୀଯୁକ୍ତ ମାନସ କୁମାର ଜେନା, ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ରଣସିଂହ,ସହ-ସମ୍ପାଦକ ଶ୍ରୀଯୁକ୍ତ ସମୀର ଜେନା ଙ୍କ ସମେତ ସଂଘ ର ଛୋଟବଡ଼ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା କାର୍ୟ୍ୟକ୍ରମଟିକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସନ୍ତୋଷ କୁମାର ରାୟ ।

Leave a Reply

Your email address will not be published. Required fields are marked *