ପୁରୀ, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ପୂର୍ଣ୍ଣମୀ ଯୋଗୁ ସମୁଦ୍ର ଜୁଆରିଆ ଥିବା ବେଳେ ରବିବାର ନିରଜ ଚାନ୍ଦ(୧୪) ନାମକ ନାବାଳକ ଗାଧୋଇବାକୁ ଯାଇ ସମୁଦ୍ରରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ନିରଜଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।
ସେହିପରି ଭୁବନେଶ୍ବର ତମଣ୍ଡୋର ଜ୍ୟୋତି ଶଙ୍କର ସାହୁ ଏବଂ ସୌମ୍ୟ ରଞ୍ଜନ ନାୟକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିରଜ ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।