ନିଶ୍ଚିନ୍ତକୋଇଲି, ୦୪/୦୬/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା ) – ଲୁଣା ଚିତ୍ରୋତପଳା ଦୀପାଞ୍ଚଳ ର ନଗସପୁର ପଞ୍ଚାୟତ ଚାରିରକଵା ଠାରେ ଚିତ୍ରୋତପଳା ନଦୀରେ ନବନିର୍ମିତ ସେତୁର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଜ୍ୟେଷ୍ଠପୂର୍ଣ୍ଣିମା ଓ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୁଣ୍ୟତିଥି ଅବସରରେ ଏହାକୁ ମାହାଙ୍ଗା ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି । ଏହି ସ୍ଥାୟୀ ସେତୁ ପ୍ରତିଷ୍ଠା ହେବାଦ୍ବାରା ଲୁଣା ଚିତ୍ରୋତପଳା ଓ ମହାନଦୀ ଚିତ୍ରୋତପଳା ଦୀପାଞ୍ଚଳ ସହ ସଂଯୋଗ ସ୍ଥାପନ ହୋଇପାରିଛି ।
ଏହି ସେତୁ ପ୍ରତିଷ୍ଠା ନିମନ୍ତେ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହାଫଳରେ ସ୍ଥାନୀୟ ଜନସାଧାରଣ ଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇ ପାରିଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ ।
ଏହି ସେତୁ ଲୋକାର୍ପଣ ତିନି ତାରିଖ ଦିନ ହେବାକୁ ସ୍ଥିର ହୋଇଥିଲେ ହେଁ ଭୟାବହ ରେଳ ଦୁର୍ଘଟଣା କାରଣରୁ ଏହାକୁ ଚାରି ୪ ତାରିଖ ରେ ଲୋକାର୍ପଣ କରାଯାଇଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ତେବେ ଆଗାମୀ ଦିନରେ ଆଉ ତିନିଟି ସେତୁ ଦୀପଞ୍ଚଳ ସହ ସଂଯୋଗ ନିମନ୍ତେ ପ୍ରସ୍ତାବ ରହିଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ଉତ୍ସବ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା ପ୍ରମୁଖ ଯୋଗଦେଇଥିଲେ ।