ନିଶ୍ଚିନ୍ତକୋଇଲି, ୦୪/୦୬/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ର ଆଜି ମହାପ୍ରୟାଣ ଦିବସ । ପଞ୍ଚସଖା ଯୁଗର ମହାନସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାର ଅଚ୍ୟୁତାନନ୍ଦ ଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଛି । ଲୋକ କଥା ରହିଛି ଆଜି ର ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳ ବଟକୁ ଆସିଥାନ୍ତି । ସେଥିପାଇଁ କୁହାଯାଇଛି ‘ଯେଉଁ ଜଗନ୍ନାଥ ମୂରତି ନୀଳାଞ୍ଚଳ ରେ ସ୍ଥିତ,ସେହି ଜଗନ୍ନାଥ ମୂରତି ପଦ୍ମ ବନେ ଉଦିତ’ । ଏହି ଅବସରରେ ମହାପୁରୁଷ ଙ୍କ ରଚିତ ମାଳିକା, ବିଭିନ୍ନ ଗ୍ରନ୍ଥ ପଠନ ସହ ଭଜନ, ସଂକୀର୍ତନ ଆଦି ଅନୁଷ୍ଠିତ ହେଉଅଛି ।
ଚଳିତବର୍ଷ ଏହି ଯାତ୍ରା ବେଶ୍ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଅଛି । ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି । ଚିତ୍ରୋତ୍ପଳା ନଦୀ ପଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଅତିରିକ୍ତ ଏସ. ପି, ସାଲେପୁର ଏସଡିପିଓ, ନେମାଳ ଥାନା ଅଧିକାରୀ, ନିଶ୍ଚିନ୍ତକୋଇଲି ତହସିଲଦାର ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି।
ସଂଧ୍ୟା ସମୟରେ ଅଧିକ ଜନଗହଳି ହୋଇଥାଏ । ଚିତ୍ରୋତ୍ପଳା ନଦୀପଠାରେ ବାଲିଯାତ୍ରା ଅନୁଷ୍ଠିତ ହେବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ, ସଂକୀର୍ତନ ଓ ପ୍ରବଚନ ଅନୁଷ୍ଠିତ ହୋଇ ଥାଏ । ବିଦ୍ୟୁତ ଓ ପାନୀୟଜଳ ଯୋଗାଣ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଘଟିଥିବା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରିଛନ୍ତି । ନିଶ୍ଚିନ୍ତକୋଇଲି ମିଡ଼ିଆ ବ୍ରଦର୍ସ ପକ୍ଷରୁ ତୃଷାର୍ତ ଶ୍ରଦ୍ଧାଳୁ ମାନଙ୍କୁ ଥଣ୍ଡା ସର୍ବତ ବିତରଣ କରାଯାଉଛି ।
Home / ପର୍ଯ୍ୟଟନ ଓ ସଂସ୍କୃତି / ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା,ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କପୁଣ୍ୟ ତିଥିରେ ଉତ୍ସବ ମୁଖର ପଦ୍ମବନ ପୀଠ