ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଟ୍ରେନ୍ ଦୂର୍ଘଟଣାରେ ୭୦ ରୁ ଅଧିକ ମୃତ ଦେହ ଉଦ୍ଧାର କରାଯାଇ ସାରିଲାଣି । ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁବା ଆଶଙ୍କା ଦେଖା ଦେଇଛି । ସେହିପରି ଆହତ ଙ୍କ ସଂଖ୍ୟା ୩୫୦ ରୁ ଅଧିକ ହୋଇଥିବାବେଳେ ଏହା ୫୦୦ ଟପିବା ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶରେ ରାଜୱ ମନ୍ତ୍ରୀ ପ୍ରମିଳା ମଳିକ, ସ୍ୱତନ୍ତ୍ର ରାଜସ୍ୱ କମିଶନର , ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ଫାୟାର ଡିଜି , ବାଲେଶ୍ୱର ଜିଲାପାଳ, ଏସପି ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଆସୁଛନ୍ତି । ଆସନ୍ତା କାଲି ସକାଳ ୮ ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂର୍ଘଟଣାସ୍ଥଳକୁ ଯିବେ । ବାଲେଶ୍ୱର ସାଂସଦ ପ୍ରତାପ ସଢ଼ଙ୍ଗି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କଟକ ବଡ଼ ଡ଼ାକ୍ତରଖାନାରେ ୧୦୦ ଟି ବେଡ଼୍ ଓ ୧୦୦ ଜଣ ଡ଼ାକ୍ତରଙ୍କୁ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୁବନେଶ୍ୱର ଏଏମଏସ କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଯାତ୍ରୀ ମାନଙ୍କୁ ସରକାରୀ ଖର୍ଚ୍ଚରେ ବସ୍ ଯୋଗେ ପଠାଯାଉଛି । ସେହିପରି ସରକାରଙ୍କ ପକ୍ଷରୁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି । ସ୍ୱେଛା ସେବୀ ସଂସ୍ଥାମାନେ ମଧ୍ୟ ପାନୀୟ, ରକ୍ତ, ଖାଦ୍ୟ ବ୍ୟବସ୍ଥା କରୁଛନ୍ତି ।