ନିରାକାରପୁର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ଭାଇକୁ ଭାଇ ଟଙ୍କା ଦେଇ ନ ପାଇବାରୁ ବାଧ୍ୟ ହୋଇ ବଡ଼ ଭାଇ ଘର ଚାବି ପକାଇଦେଲା। ଘର ଭିତରେ ୧୫ ଘଣ୍ଟା ରହିଗଲେ ବୋହୂ, ନାତି,ନାତୁଣୀ। ରାତି ସାଢ଼େ ଆଠଟା ବେଳକୁ ପୋଲିସ ଖବର ପାଇ ଚାବି ଖୋଲି ଜଣେ ମହିଳାଙ୍କ ସହ ତାଙ୍କ ପୁଅ ଝିଅଙ୍କୁ ଉଦ୍ଧାର କଲେ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ବାଲିଗାଡିଆ ଗ୍ରାମରେ। ବାଲିଗାଡିଆ ଗ୍ରାମର ଅଜୟ ବଳିଆରସିଂ ଓ ଅକ୍ଷୟ ବଳିଆର ସିଂହ ଦୁଇ ଭାଇ। ବିଭିନ୍ନ ସମୟରେ ପାରିବାରିକ ଗଣ୍ଡଗୋଳ ଲାଗିବାରୁ ଅଜୟ ଉକ୍ତ ଘର ଛାଡ଼ି ଅନ୍ୟତ୍ର ଯାଇ ରହିବାକୁ ନିଷ୍ପତି ନେଇ ଭଦ୍ର ଲୋକ ଙ୍କ ଉପସ୍ଥିତି ରେ ଅକ୍ଷୟ ବଡ ଭାଇ ଅଜୟ ଙ୍କୁ ୩ ଲକ୍ଷ ଟଙ୍କା ଦେବା ତୁଟି ଥିଲା। ଏହି ଅକ୍ଷୟ ପରିବାର ଲୋକ ଅଜୟ ର ଘରେ ରହିବା ସହିତ ୩ ଲକ୍ଷ ଟଙ୍କା ମଇ ମାସ ୩୦ ତାରିଖ ସୁଦ୍ଧା ଦେବାର ଥିଲା। କିନ୍ତୁ ଅକ୍ଷୟ ନ ଦେବାରୁ ଆଜି ସକାଳ ୬ ଟା ରେ ଅଜୟ ଯାଇ ତାର ଘରେ ଚାବି ପକାଇ ଦେଇଥିଲେ। ଉକ୍ତ ଘରେ ଅକ୍ଷୟ ର ବୋହୂ , ନାତି,ନାତୁଣୀ ଗୃହ ବନ୍ଦୀ ହୋଇ ରହି ଯାଇଥିଲେ। ପରେ ଉକ୍ତ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସ ଡି ପି ଓ କୌଣସି ସୂତ୍ରରୁ ଖବର ପାଇ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ଋତୁମ୍ଭରା କର ଙ୍କୁ ଖବର ଦେଇଥିଲେ। ପରେ ରାତି ୮ଟା ରେ ସେମାନଙ୍କୁ ଉଦ୍ଧାର କରିଥିଲେ। ଖବର ଲେଖା ପର୍ୟ୍ୟନ୍ତ ଦୁଇ ଜଣ ଯାକ ଭାଇ ଥାନାରେ ରହିଥିବା ସହ ତଦନ୍ତ ଜାରି ରହିଛି।କିନ୍ତୁ କୌଣସି ତରଫରୁ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।