ନିରାକାରପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ବିଦ୍ୟୁତ୍ ଉପଖଣ୍ଡରେ ବାରମ୍ବାର ଅଘୋଷିତ ବିଜୁଳି କାଟ ସହିତ ଲୋ ଭୋଲଟେଜ ଜନଜୀବନ କୁ ଅସ୍ତବ୍ୟସ୍ତ କରି ପକାଇଛି। ବିଦ୍ୟୁତ୍ ବିଭାଗ ମନଇଚ୍ଛା ଦିନ ରାତି ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ୍ କାଟ କରୁଥିବାରୁ ସରକାରଙ୍କ ପ୍ରତିଶ୍ରୁତି ଓ ବିଭାଗ ମଧ୍ୟରେ କିଛି ତାଳ ମେଳ ନ ରହୁଥିବା ଭଳି ମନେହେଉଛି। ଗରମ ଦିନ ପୂର୍ବରୁ ଠିକ୍ ରୂପେ ପୂର୍ବ ପ୍ରସ୍ତୁତିର ଅଭାବ ଓ ବିଭିନ୍ନ ସ୍ଥାନ ରେ କାମଚଳା କାମ ଯୋଗୁ ବିଦ୍ୟୁତ୍ କାଟ ବାରମ୍ବାର ହେଉଛି। ଖରାଦିନ ପାଇଁ ଅତ୍ୟଧିକ ଓଭର୍ ଲୋର୍ଡ କାରଣରୁ ମଧ୍ୟ ବିଦ୍ୟୁତ୍ କରୁଥିବା ସହ ବିଦ୍ୟୁତ୍ ଦେୟ ଦୁଇଗୁଣ ହୋଇଗଲେ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଦେୟ ଆଦାୟ ର ଚାପ୍ ପଡ଼ିବା ଭୟ ମଧ୍ୟ ବିଦ୍ୟୁତ୍ କାଟ ର ଅନ୍ୟ ଏକ କାରଣ ହୋଇ ଥାଏ ପାରେ ବୋଲି ଆଶା କରାଯାଉଛି। ତେଣୁ ବର୍ତ୍ତମାନ ଲୋକେ ଗରମ ଗୁଳୁଗୁଳି ରେ ଛଟପଟ ହେଉଥିବା ରୁ ଲୋକମାନେ ବିଦ୍ୟୁତ୍ କାଟ ନ କରିବାକୁ ଦାବି କରିଛନ୍ତି।