ଖୋର୍ଦ୍ଧା,୩/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ= ପୂର୍ବ ଶତୃତା କୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କୁରାଢିରେ ଆକ୍ରମଣ ହୋଇଥିବା ସୂଚନା ।ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣଙ୍କ ରାୟଗୁରପୁରୁ ର ପ୍ରକାଶ ନାୟକ। ପ୍ରକାଶ ଭୂବନେଶ୍ୱର ଏମସ୍ ହସପିଟାଲରେ ଚିକିତ୍ସିତ। ଏ ସମ୍ପର୍କରେ ନିରାକାରପୁର ଥାନାରେ ଅଭିଯୋଗ ହୋଇଚି । ଅଭିଯୋଗ ପରେ ୧୩୭/୨୩ ରେ ଏକ ମାମଲା ରୁଜୁ ହୋଇଛି ମାତ୍ର ଅଭିଯୁକ୍ତ ଗିରଫ ଭୟରେ ଫେରାର ହୋଇ ଯାଇଛି ।
ସୂଚନାରୁ ଜଣାପଡିଛି ପ୍ରକାଶ ନାୟକଙ୍କ ପରିବାର ସହିତ ରାୟଗୁରପୁର ଗ୍ରାମର ବିଜୟ ସାହୁଙ୍କ ପରିବାର ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ପ୍ରକାଶ ନିଜ ଜମିକୁ ଧାନ ବୁଣିବାକୁ ଯାଇଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ବିଜୟ ସାହୁ ଓ ତାର ଭାଇ ବାବୁଲି ସାହୁ କୁରାଢି ଓ କଟୁରୀରେ ଅଚାନକ ପ୍ରକାଶ କୁ କରିଥିଲେ। ପ୍ରକାଶ ପାଟି କରିବାରୁ ଦୁଇ ଭାଇ ଆକ୍ରମଣ କରି ଦୈ।ଡି ପଳାଇଥିଲେ। ପ୍ରକାଶ ର ହାତ,ଡେଣାରେ ଆଘାତ ଲାଗିଛି।ପ୍ରକାଶ ଭୂବନେଶ୍ୱର ଏମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।ଏନେଇ ପ୍ରକାଶ ର ମାଆ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଏପର୍ୟ୍ୟନ୍ତ ଧରିବାରେ ବିଫଳ ହୋଇଚି । ରାଜନୈତିକ ଚାପରେ ପୋଲିସ ଅଭିଯୁକ୍ତକୁ ଧରିବାରେ କୋହଳ ମନୋଭାବ ଦେଖାଇ ଧରୁନଥିବା ଅଭିଯୋଗ କରିଛନ୍ତି ଇତଲାକାରୀ।