ଖୋର୍ଦ୍ଧା,୦୩/୦୬/୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ): ବାଲେଶ୍ୱର ଜିଲ୍ଲା ବାହାନଗାରେ ଶୁକ୍ରବାର ସଂଧ୍ୟା ରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଖୁବ୍ ହୃଦୟ ବିଦାରକ ଓ ଛାତି ଥରା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ଦୀପକ ପ୍ରଧାନ ଙ୍କ ନେତୃତ୍ୱରେ ନିରାକାରପୁର କଲେଜ ଛକ ସ୍ଥିତ କାର୍ୟାଳୟ ଠାରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ମୃତକଙ୍କ ପ୍ରତି ଗଭୀର ସମବେଦନା ଓ ଦୁଃଖ ପ୍ରକାଶ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା କ୍ଷ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ତତ ସଙ୍ଗେ ସଙ୍ଗେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯିବା ସହ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିବା ସମସ୍ତଙ୍କୁ ସଂଘ ତରଫରୁ ଭୁୟଂସି ପ୍ରସଂଶା ମଧ୍ୟ କରାଯାଇଛି।