Monday , October 2 2023
Breaking News
Home / ତାଜା ଖବର / ନିରାକାରପୁର ରେ ମାତିଲେ ବାଇକ୍ ଚୋର- ଥାନା ରେ ଅଟକ 

ନିରାକାରପୁର ରେ ମାତିଲେ ବାଇକ୍ ଚୋର- ଥାନା ରେ ଅଟକ 

ଖୋର୍ଦ୍ଧା,୩/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ ବଜାରରେ ରେ  ବାଇକ୍  ଚୋରି  କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ଚୋରକୁ କାବୁ କରି ଥାନା ରେ ଜିମା ଦେଲେ। ସୁଚନା ଅନୁଯାୟୀ ନିରାକାରପୁର ବଡ ବଜାର ନଵସାହୁ ନାମକ ଜଣେ ବ୍ୟକ୍ତି ନିଜର  ଜଳଖିଆ ଦୋକାନ ରେ ORO2BV4059 ବାଇକ୍  ରଖି ଥିବା ବେଳେ ଜଣେ ବାଇକ୍ ଚୋର ସୁଯୋଗ ଉଣ୍ଡି ଦୋକାନ ଆଗରୁ ବାଇକ୍ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିବାରୁ ଚୋର କୁ ଧରି ନିସ୍ତୁକ ମାଡ଼ ମାରି ନିରାକାରପୁର ଥାନା ରେ ଜିମା ଦେଇଥିଲେ । ଚୋରି କରି ନେଉଥିବା ଯୁଵକ ଙ୍କ ପରିଚୟ ମିଳିନଥିବା ବେଳେ  ନିରାକାରପୁର ଥାନା ପକ୍ଷରୁ ଏ ବାବଦରେ କୌଣସି ସୂଚନା ଦେବାପାଇଁ ମଧ୍ୟ ମନା କରିଦେଇଥିଲେ । ଏନେଇ ନବ ସାହୁ ଙ୍କ ପୁଅ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ନିରାକାରପୁର ପୋଲିସ। ପୋଲିସ କୁ ତଥ୍ୟ ମାଗିଲେ ପୋଲିସ ଖବର ପ୍ରକାଶ କରିବା କୁ ରୋକ୍ ଠୋକ୍ ମନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *