କଟକ/ବାଲେଶ୍ୱର,୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ସକାଳ ହେବା ପରେ କଟକ ବଡ଼ ଡ଼ାକ୍ତରଖାନାରେ ରେଳ ଦୂର୍ଘଟଣା ଆହତ ଜଣକ ପରେ ଆଉ ଜଣେ ଏହିପରି ଆମ୍ବୁଲାନ୍ସ ଯୋଗେ ଆସି ପହଂଚୁଛନ୍ତି । ବର୍ତମାନ ସୁଦ୍ଧା କଟକ ବଡ଼ ଡ଼ାକ୍ତରଖାନାରେ ଆହତ ଙ୍କ ସଂଖ୍ୟା ୯୭ ରେ ପହଂଚିଛି । ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହ କରାଯାଉଛି । ବିଭିନ୍ନ ସ୍ୱେଛାସେବୀ ସଂଗଠନ ମାନେ ରକ୍ତ ଦାନ କରୁଛନ୍ତି । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂର୍ଘଟଣାସ୍ଥଳରେ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଦୂର୍ଘଟଣାସ୍ଥଳରେ ପହଂଚିଛନ୍ତି ।
ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଂଚି ସେଠାରେ ଉପସ୍ଥିତ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହିତ ଆଲୋଚନା କରୁଛନ୍ତି । ଓଡ଼ିଶା ଓ ତାମିଲନାଡ଼ୁ ସରକାର ଆଜି ଦିନିକିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି । ସମସ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବାବେଳେ ଆଉ ମାତ୍ର ଗୋଟିଏ ବଗି ର ଉଦ୍ଧାର କାର୍ଯ୍ୟ ବାକି ରହିଛି ।