Sunday , September 24 2023
Breaking News
Home / ବିଶେଷ / ଅଥଙ୍ଗା ଓ ଵମ୍ଵୁରିରେ ରାମଲୀଳା ଉଦଯାପିତ

ଅଥଙ୍ଗା ଓ ଵମ୍ଵୁରିରେ ରାମଲୀଳା ଉଦଯାପିତ

କଟକ ସଦର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର/  ବିଷ୍ଣୁ ବେହେରା)- ରାମାୟଣର କଥାବସ୍ତୁକୁ ନେଇ ଅଭିନୟ ମାଧ୍ୟମରେ ଏବେ ବି ବଞ୍ଚି ରହିଛି ଗ୍ରାମାଞ୍ଚଳରେ ରାମ ଲୀଳା।ଏହି ପରିପ୍ରେକ୍ଷୀରେ କଟକ ସଦର ଅନ୍ତର୍ଗତ ଅଥଙ୍ଗା ଠାରେ ଲକ୍ଷ୍ମୀ ନାରାୟଣ ରାମଲୀଳା କମିଟି ପକ୍ଷରୁ କେଉଁ ଅନାଦି କାଳରୁ ପରିବେଶିତ ହେଉଥିବା ପାରମ୍ପରିକ ରାମଲୀଳା ଯାତ୍ରାଭିନୟ ଗତକାଲି ଶୁକ୍ରବାର ରାତିରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ପୁରୁଖା ଅଭିନେତା ଓ ଗ୍ରାମର ମୁରଵୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ନାଟ୍ୟ ଗୁରୁ ଅଭୟ ମହାରଣାଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା। ସେହିପରି ଵମ୍ଵୁରି ଶ୍ରୀ ଦଧିବାମନ ଜୀୟୁ ରାମଲୀଳା ପ୍ରଚାର ସମିତି ପକ୍ଷରୁ ଦୁର୍ଗା ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିବା ରାମଲୀଳା ଉଦଯାପିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *