ବାହାନଗା, ସୋର ଓ ବାଲେଶ୍ୱର ହସପିଟାଲ ରେ ଭର୍ତି – ଉଦ୍ଧାର କାର୍ଯ୍ୟ ଜାରି , ଜରୁରୀ କାଳିନ ଫୋନ୍ ନମ୍ବର ଜାରି
ବାଲେଶ୍ବର,୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନସନ୍ଧ୍ୟା ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି। ରେଳବାଇ ପୁଲିସ ସହ ସ୍ଥାନୀୟ ସୋର ଓ ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ଆହତମାନଙ୍କୁ ନିକଟସ୍ଥ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନା ନିଆଯାଉଛି। ଏହି ଘଟଣା ପରେ ଉଦ୍ଧାର କାର୍ୟ୍ୟ ଲାଗି ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ଜିଲାପାଳ ଓ ଏସପି ଘଟଣାସ୍ଥଳରେ ପହଂଚିଛନ୍ତି । ରାଜସ୍ୱ ମନ୍ତ୍ରୀ ଓ ଏସଆରସି ତୁରନ୍ତ ଘଟଣାସ୍ଥଳରେ ପହଂଚିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଜରୁରୀ କାଳିନ ନମ୍ବର ୬୭୮୨୨୬୨୨୮୬ ଜାରି କରାଯାଇଛି । ବାଲେଶ୍ୱର ମେଡ଼ିକାଲ କଲେଜରୁ ଡ଼ାକ୍ତରୀ ଦଳ ଘଟଣାସ୍ଥଳକୁ ଯାଉଛନ୍ତି । (କ୍ରମଶଃ)
Home / ତାଜା ଖବର / Breaking News : କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ; ୮ ବଗି ଲାଇନଚ୍ୟୁତ, ୫୦ ରୁ ଅଧିକ ଯାତ୍ରୀ ଆହତ,