Sunday , September 24 2023
Breaking News
Home / ତାଜା ଖବର / ହୋଟେଲ କର୍ମଚାରୀ ଙ୍କୁ ଗଳା କାଟି ହତ୍ୟା

ହୋଟେଲ କର୍ମଚାରୀ ଙ୍କୁ ଗଳା କାଟି ହତ୍ୟା

ପାରାଦୀପ, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପାରାଦୀପରେ ଜଣେ ହୋଟେଲ କର୍ମଚାରୀ ଙ୍କୁ ଗଳା କାଟି ହତ୍ୟା କରାଯାଇଛି । ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ହୋଟେଲ କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାମ ଟୁବୁଲୁ ଜେନା ଓ ତାଙ୍କ ଘର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ । ସେ ରେବିକା ବାରରେ କିଛି ଦିନ ହେବ କାର୍ୟ୍ୟ କରୁଥିଲେ ଜଣାପଡ଼ଛି। ଗତକାଲି ବିଳମ୍ବିତ ରାତିରେ ସେ ଶୋଇଥିବା ବେଳେ କେହି ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲ ମାଲିକ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବଡ କଥା ହେଉଛି, ପାରାଦୀପ ଆଦର୍ଶ ଥାନାଠୁ ମାତ୍ର ୫୦ ମିଟର ଦୂରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ପୁଲିସ ତାର ଟେର ପାଇପାରି ନାହିଁ । ତେବେ ପୁଲିସ ରେବିକା ବାରର ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ସକାଳେ ତାର ମୃତଦେହ ହୋଟେଲ ପଛପଟେ ପଡ଼ିଥିବା ଦେଖାଯାଇଥିଲା । ଟୁବୁଲୁ ଜେନାକୁ ହତ୍ୟା କରାଯାଇଥିବା ନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟୁବୁଲୁ ମାତ୍ର ୧୫ ଦିନ ହେବ ପାରାଦୀପ ଆସିଥିଲା। ଏତେ କମ୍ ଦିନ ଭିତରେ କିଏ ତାର ଶତ୍ରୁ ପାଲଟି ଏଭଳି କାଣ୍ଡ ଭିଆଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *