ପାରାଦ୍ଵୀପ, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପ୍ରେମ ବ୍ୟାପାରକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ପରବର୍ତି ସମୟରେ ଜଣାପଡ଼ିଛି। ସେହି ହୋଟେଲରେ କାମ କରୁଥିବା ଅନ୍ୟ ଜଣେ ଯୁବକ ରମେଶ ଜେନା ମୃତ ଟୁବୁଲି ଜେନା କୁ ହତ୍ୟା କରିଛି । ଅଭିଯୁକ୍ତ ରମେଶ ଜେନାର ଶାଳୀକୁ ଟୁବୁଲି ଜେନା ଭଲ ପାଉଥିଲା । ରମେଶ ଓ ଟୁବୁଲି ଉଭୟଙ୍କ ଘର ଗୋଟିଏ ଗ୍ରାମରେ । ପୋଲିସ ନିକଟରେ ଅଭିଯୁକ୍ତ ରମେଶ ଜେନା ହତ୍ୟାକାଣ୍ଡକୁ ସ୍ବୀକାର କରିଥିବା ସୂଚନା । ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି।ମୃତ ଟୁବୁଲି ଜେନା ପାରାଦ୍ଵୀପ ର ଅନ୍ୟ ଏକ ହୋଟେଲ ରେ କାମ କରୁଥିଲା । କିଛିଦିନ ତଳେ ରେବିକା ରେ କାମ କରିବା ଆରମ୍ଭ କରିଥିଲା ।