Monday , October 2 2023
Breaking News
Home / ବିଶେଷ / ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଗରଦପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ହାଇସ୍କୁଲ ପରିସରରେ ଆଜି ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ମାର୍ଶାଘାଇ ବ୍ଳକ୍ର୨ଜଣ  ଓ ଗରଦପୁର ବ୍ଳକ୍ର ୩ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବାଦିକ ନବଘନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଜିର ଦିନରେ ସବୁ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଖବ୍ ତୀବ୍ର ଭାବରେ ହେଉଛି,ଏଥିରେ ଯେଉଁଛାତ୍ରଛାତ୍ରୀମାନେ ଯେପରି ଭାବରେ ପରିଶ୍ରମ କରିଛନ୍ତି ,ସେମାନେ ସେହି ପରି ଭାବରେ ଫଳ ପାଇଛନ୍ତି ବୋଲି କହିଥିଲେ । କୃତୀଛାତ୍ରଛାତ୍ରୀମାନଙ୍କ ସଫଳ ଉଦ୍ୟମ ଯୋଗୁଁ ଭାରତ ଆଜି ପୃଥିବୀରେ ସର୍ବଶ୍ରେଷ୍ଟ ଦେଶ ଭାବରେ ପରିଗଣିତ ହେବାକୁ ଯାଉଛି ବୋଲି ଶ୍ରୀ ସେଠୀ ପ୍ରକାଶ  କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗରଦପୁର ବ୍ଲକ୍ର ଅତିରିକ୍ତ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଉପାଧ୍ୟାୟ,ମନୋରଞ୍ଜନ ପଟ୍ଟନାୟକ,ଗତିକୃଷ୍ଣ ଦାସ,ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ନାୟକ, ପାଟକୁରା  ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ପ୍ରମୁଖ ଯୋଗ ଦେଇ ଆଜି ସମ୍ବର୍ଦ୍ଧିତ ହେଉଥିବା ମେଧାବୀ ଛାତ୍ରଛାତ୍ରୀମାନେ ନିଜ ନିଜ ଲକ୍ଷ୍ୟରେ ଉଚ୍ଚ ଶିକ୍ଷିତ ହେବା ପରେ ସଫଳ ମଣିଷ ହୋଇ ସମାଜର ଉପକାର କରିବା ପାଇଁ ସଙ୍କଳ୍ପ ନେବା ଆବଶ୍ୟକ ବୋଲି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ୍ର ଅଧ୍ୟକ୍ଷ ଶିକ୍ଷାବିତ୍ ଅନାଦି ଚରଣ ମହାନ୍ତି ଟ୍ରଷ୍ଟ ସମ୍ପର୍କରେ କହିବା ସହିତ ପାଟକୁରା  ହାଇସ୍କୁଲରୁ ଏ-୧ ପାଇଥିବା ଗରିବ ମେଧାବୀ ଛାତ୍ରୀ ଶୁଭଶ୍ରୀ ନନ୍ଦୀଙ୍କ ପାଠପଢିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ସମ୍ପର୍କିତ ଖବର ଗଣମାଧ୍ୟମ ରୁ ପଢ଼ି ଜାଣିବା  ପରେ ଟ୍ରଷ୍ଟ ପକ୍ଷରୁ ସେହି ଛାତ୍ରୀଙ୍କ ନାମ ଲେଖାଇବା ପାଇଁ ସମସ୍ତ ଅର୍ଥ ଟ୍ରଷ୍ଟ ଯୋଗାଇ ଦେବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପାଟକୁରା ହାଇସ୍କୁଲରୁ ଏ-୧ ପାଇଥିବା  ମେଧାବୀ ଛାତ୍ରୀ ଶୁଭଶ୍ରୀ ନନ୍ଦୀଙ୍କୁ ମୂଖ୍ୟ ଅତିଥି ଶ୍ରୀ ସେଠୀ ନଗଦ ୫ହଜାର ଟଙ୍କା,ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରୀ ଜ୍ୟୋତିଶ୍ରୀ ପାତ୍ର,ଗରଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୁଶାନ୍ତ କୁମାର ପଣ୍ଡା,କାଳିଆଘାଇ-ନଟବର ହାଇସ୍କୁଲର ଛାତ୍ରୀ  ମନିଷା  ପୃଷ୍ଟି ଓ ଶାସନିପଡା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ବେହେରାଙ୍କୁ ଅତିଥିମାନେ ଉପଢୈାକନ,ପୁଷ୍ପଗୁଛ ସହିତ ଟ୍ରଷ୍ଟ ପକ୍ଷରୁ ଏକ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ଦିଆଯାଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କହିଥିଲେ ।  ଗରଦପୁର ବ୍ଳକ୍ର ଅବସରପ୍ରାପ୍ତ ବିଆରସିସି ନବୀନ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିବା ବେଳେ,କାର୍ଯ୍ୟକ୍ରମରେ କାଳିଆଘାଇ ନଟବର ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୂର୍ଗା ଚରଣ ପାଲ,ପ୍ରପୁଲ୍ଲ କୁମାର ସାହୁ,ମଂଟୁ ମହାନ୍ତି,ପ୍ରଦୀପ୍ କୁମାର ବେହେରା ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରାଭିଭାବକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *