Monday , October 2 2023
Breaking News
Home / ବିଶେଷ /  ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

 ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଖୋର୍ଦ୍ଧା,୨/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ-  ଖୋର୍ଦ୍ଧା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଭିଯାନ ୨୦୨୩ ର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ନିରାକରଣ ରଥର ଆୟୋଜନ କରାଯାଇଥିଲା। ଶ୍ରମ କମିଶନର ଡ଼ ଏନ୍ ତିରୁମାଲା ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଶିଶୁ ଶ୍ରମ ନିରାକରଣ ନିମନ୍ତେ ବିଭିନ୍ନ ବାର୍ତ୍ତା, ସ୍ଲୋଗାନ ଓ ପଚାର ପ୍ରସାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ର ଏକ ସଫଳ ପ୍ରଚେଷ୍ଟା ଜିଲ୍ଲା ଶ୍ରମ ବିଭାଗ ତରଫରୁ କରାଯାଇଥିଲା । ସଚେତନତା ସହିତ ଶିକ୍ଷା ଓ ସୁରକ୍ଷା ଶିଶୁଙ୍କ ର ନୈତିକତା ଅଧିକାର ପାଇଁ ସମସ୍ତ ଦାୟିତ୍ବବାନ ନାଗରିକ ଓ ସରକାରୀ ବିଭାଗ ର ସହଯୋଗ ସହଭାଗିତା ଦ୍ବାରା ସମ୍ଭବପର ବୋଲି ମତ ରଖାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା କୁ ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନା ମୁକ୍ତ ଜିଲ୍ଲା ଭାବରେ ଗଢିତୋଳିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଅତିରିକ୍ତ ଶ୍ରମ କମିଶନର ଶ୍ରୀଯୁକ୍ତ ନିଳାମ୍ବର ମିଶାଲ ଓ ଜିଲ୍ଲା ଵିଭାଗୀୟ ଶ୍ରମ ଆୟୁକ୍ତ ପ୍ରଣଵ କୁମାର ପାତ୍ର ମତ ରଖିଥିଲେ ଯେ ମୁଁ ଶିଶୁ ଶିକ୍ଷା ଓ ସୁରକ୍ଷା ମୋର ଅଧିକାର ସ୍କୋଗାନ ଦେଇ ସମସ୍ତ ଶିଶୁକୁ ଶ୍ରମିକ ଭାବରେ ନିୟୋଜିତ କରିବାରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ବିଶ୍ବାଳ, ରଶ୍ମିତା କୁମାରୀ ପାତ୍ର ,ଶ୍ରୀଯୁକ୍ତ କୁଳଦିପ ପାତ୍ର ,ଵିପାସା ମହାପାତ୍ର,ଏଜିଓ ପ୍ରତିନିଧି ପିକକ, ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ଓ କାର୍ଯ୍ୟାଳୟ ରେ ଥିବା ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହଯୋଗ ରେ ସଫଳତାର ସହିତ ଆୟୋଜନ କରାଯାଇଥିଲା।ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଏକମାସ ପର୍ଯ୍ୟନ୍ତ  ଜାରୀ ରହିବାର  ଶ୍ରମ ବିଭାଗ ପକ୍ଷରୁ ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *