ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ପୂର୍ତ ବିଭାଗ ସ୍ୱତନ୍ତ୍ର ସଚିବ ବିମଳେନ୍ଦୁ ରାୟ ଙ୍କୁ ସୋନପୁର ର ନୂତନ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏ ନେଇ ଜେନେରାଲ ଆଡ଼ମିନିଷ୍ଟ୍ରେସନ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋନପୁର ଜିଲାପାଳ ଥିଲେ ସୂର୍ଯ୍ୟନାରାୟଣ ଦାସ ।