Monday , October 2 2023
Breaking News
Home / ବିଶେଷ / ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ: ଜଣେ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ: ଜଣେ ଗୁରୁତର

ନିରାକାରପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୁ ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମ ନିକଟରେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଜଣେ ଜଣଙ୍କୁ ଏକ ମାରଣାସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରିବା ଫଳରେ ପୁରୀ ଜିଲ୍ଲା ଗଡିଶଗଦା ଥାନା ରାଇଗରପୁର ଗ୍ରାମର ପ୍ରକାଶ ନାୟକ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ସୂଚନା ଯୋଗ୍ୟ  କି ଗଡିଶଗଦା ଥାନା ରାଇଗରପୁର ଗ୍ରାମର ବିଜୟ ସାହୁ ଓ ପ୍ରକାଶ ନାୟକ ଙ୍କ ଜମି ନିରାକାରପୁର ଥାନା ସିଦ୍ଧେଶ୍ୱର ଗ୍ରାମରେ ରହିଛି।ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବାବେଳେ ଆଜି ଉଭୟ ସିଦ୍ଧେଶ୍ୱର ନିକଟ ଜମି ବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ କ୍ଷୀପ୍ତ ହୋଇ ବିଜୟ ଏକ ମାରଣାସ୍ତ୍ର ପ୍ରକାଶ ନାୟକ ହାତ କୁ ଆକ୍ରମଣ କରିଥିଲା। ଚିକିତ୍ସା ପାଇଁ ପ୍ରକାଶ କୁ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି। ଏ ନେଇ ଲିଖିତ ଅଭିଯୋଗ ପାଇ ନିରାକାରପୁର ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *