Monday , October 2 2023
Breaking News
Home / ବିଶେଷ / ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

କ୍ରିଷ୍ଣାନନ୍ଦପୁର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କୃଷ୍ଣାନନ୍ଦପୁର ପଂଚାୟତ ମିର ମହଲା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ମହମ୍ମଦ ଫଜଲ ହକ୍ ୮୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଗତ ବୁଧବାର ଦିନ ୧୦ ଘଟିକା ସମୟରେ ଘର କାମରେ ବ୍ୟସ୍ତ ଥିବାବେଳେ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ କ୍ରିଷ୍ଣାନନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତ୍ର ୧.୧୦ ମିନିଟ ସମୟରେ ସେ ଦେହ ତ୍ୟାଗ କରିଥିଲେ । ତାଙ୍କ ମର ଶରୀରକୁ ନିଜ ବାସ ଗୃହକୁ ଅଣାଯାଇ ଶୋକ ପ୍ରାର୍ଥନା କରାଯିବା ପରେ ଗ୍ରାମ କବର ସ୍ଥାନରେ କବର ଦିଆଯାଇଥିଲା ସେ ଖୁବ ନିର୍ଭିକ, ସଚୋଟ, ସତ୍ୟବାନ , କର୍ତବ୍ୟନିଷ୍ଟ ଓ ପରୋପକାରୀ ବ୍ୟକ୍ତିଭାବେ ଅଂଚଳରେ ପରିଚିତ ଥିଲେ । ସ୍ଥାନୀୟ ଅଂଚଳର ଧର୍ମାନୁଷ୍ଠାନ ମାନଙ୍କରେ ନିଜକୁ ଜଡ଼ିତ ରଖିବା ସହିତ ଅନ୍ୟର ଅସମୟରେ ସହଯୋଗର ହାତ ବଢ଼ାଇ ଖୁବ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ତାଙ୍କ ବାସ ଗୃହରେ ପହଂଚିଥିଲେ । କଂଗ୍ରେସ ନେତା ଇଂ ହିମାଂଶୁ ମଲିକ, ଦେବଦତ ନାୟକ, ପୂର୍ବତନ ସରପଂଚ ମିର ବୁରାନ ଉଦ୍ଧିନ୍, ମହମ୍ମଦ ଅବଦୁଲ ୱାହିଦ (ବାବା) ମହମ୍ମଦ ଇପିହାର ଅଲୀ, ସେକ୍ କଲିମୁଲା ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *