Monday , October 2 2023
Breaking News
Home / ତାଜା ଖବର / କଳା ପଲସର ଆତଙ୍କ – ଲୁଟିନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର

କଳା ପଲସର ଆତଙ୍କ – ଲୁଟିନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର

ଖଣ୍ଡାରେ ଆକ୍ରମଣ କରି ଲୁଟିନେଲେ ରୂପା ଅଳଙ୍କାର
ଖୋର୍ଦ୍ଧା,୨/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କୋଲସାହି ନିକଟ ଗୋଳାପୋଖରୀ ଠାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ରୂପା ବ୍ୟବସାୟୀ ଙ୍କୁ ଖଣ୍ଡାରେ ଆକ୍ରମଣ କରି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର ବ୍ୟାଗ ଲୁଟ୍ କରିନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ନିରାକାରପୁର ର ଗହଣା ବ୍ୟବସାୟୀ ସନ୍ତୋଷ କୁମାର ନାୟକ ତାଙ୍କ ସ୍କୁଟିରେ ବ୍ୟବସାୟ ଉଦ୍ଦେଶ୍ୟ ରେ ଯାଉଥିବା ବେଳେ ଉକ୍ତ ଯାଗାରେ ଦୁଇଜଣ ଯୁବକ ଏକ କଳା ପଲସର ରେ ଆସି ତାଙ୍କୁ ଅଟକାଇ ଏକ ଖଣ୍ଡାରେ ଆକ୍ରମଣ କରି ରୂପା ଅଳଙ୍କାର ବ୍ୟାଗ ଟି ଛଡାଇ ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ। ବ୍ୟାଗରେ ମୁଲ୍ୟବାନ ରୂପା ପାଉଁଜି, ଝୁଣ୍ଟିଆ ସମେତ ଏକ ୧୫ ଲକ୍ଷ ଟଙ୍କା ର ବାକି ଖାତା ଥିଲା ବୋଲି ସୂଚନା ଦେଇଛନ୍ତି ସନ୍ତୋଷ। ଟାଙ୍ଗୀ ହସପିଟାଲରେ ଚିକିତ୍ସା ହୋଇ ଆସିଲା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଦୁଇ ଜଣକୁ ଅଟକ ରଖି ନିରାକାରପୁର ପୋଲିସ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *